କନକ ବ୍ୟୁରୋ : ପ୍ରଚାର ମଇଦାନକୁ ଓହ୍ଲାଇଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଦାମ ରାଉତଙ୍କ ପ୍ରଚାର ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

Advertisment

ଦାମ ରାଉତ ଏକ ଖୋଲା ଜିପରେ ବସି କୁଜଙ୍ଗ ବ୍ଊଳକ ଅନ୍ତର୍ଗତ ବାଗୋଇ ଓ ଗରେଇ ପଂଚାୟତରେ ଏକ ମଟୋରସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ ପ୍ରଭାଞ୍ଜଳି ସେଠୀ, ସମିତି ସଭ୍ୟା ପ୍ରାର୍ଥୀ ସତ୍ୟରାଣୀ ବେହେରାଙ୍କ ସପକ୍ଷରେ ପ୍ରଚାର କରିଥିଲେ । ଏହି ଦୁଇ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରିବାକୁ ସେ ନିବେଦନ କରିଥିଲେ ।