ବିଜେଡି-ବିଜେପି ପ୍ରଶଂସା ପର୍ବକୁ ନେଇ ମୁହଁ ଖୋଲିଲେ ଦାମ: କହିଲେ, କେହି ବନ୍ଦ କରିପାରିବେନି ତାଙ୍କ ପାଟି, ନୀତି ନୈତିକତା ବିନା ଚାଲିଛି ରାଜନୀତି

Advertisment
ବିଜେପୁର ଫଳାଫଳ ପରେ ବିଜେପିକୁ ଦାମଙ୍କ ଟାର୍ଗେଟ୍: କହିଲେ ବିଜେପି ଆତ୍ମ ସମୀକ୍ଷା କରିବା ଦରକାର, ନବୀନଙ୍କ ସମକକ୍ଷ ନେତା ବିଜେପିରେ ନାହାନ୍ତି

କନକ ବ୍ୟୁରୋ: ବିଜେଡି-ବିଜେପି ପ୍ରଶଂସା ପର୍ବକୁ ନେଇ ମୁହଁ ଖୋଲିଲେ ବରିଷ୍ଠ ନେତା ଦାମ ରାଉତ । ଦାମ କହିଛନ୍ତି, ତାଙ୍କ ମୁହଁକୁ କେହି ବନ୍ଦ କରିପାରିବେ ନାହିଁ । ଏବେ ଭାରତୀୟ ଗଣତନ୍ତ୍ରରେ ସେବା ଓ ତ୍ୟାଗର ରାଜନୀତି ହେଉନାହିଁ । କ୍ଷମତା ପାଇଁ ଲଢ଼େଇ ଚାଲିଛି । ନୀତି ନୈତିକତା ବିନା ରାଜନୀତି ଚାଲିଛି । ଗତକାଲି ପର୍ଯ୍ୟନ୍ତ ଯେଉଁ ମାନେ ପରସ୍ପରକୁ ନିନ୍ଦା କରୁଥିଲେ ଏବେ ପ୍ରଶଂସା କରୁଛନ୍ତି । ହେଲେ ସେ ତାଙ୍କ ସ୍ୱାଭିମାନକୁ କେବେ ବଳି ଦେଇ ନାହାଁନ୍ତି କି ଦେବେ ନାହିଁ । ଯାହା ସତ ତାହା ପୂର୍ବରୁ କହିଛନ୍ତି ଓ ଏବେ କହିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଦାମ ରାଉତ ।

publive-image

ତେବେ ଫୋନି ପରେ ଓଡିଶା ପରିଦର୍ଶନରେ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନଙ୍କ ବାତ୍ୟା ପରିଚାଳନା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ତାପରେ କେନ୍ଦ୍ରର ସହାୟତା ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଇ ଚିଠି ଲେଖିଥିଲେ ନବୀନ । ସେହିପରି ଗତକାଲି ପଶ୍ଚିମବଙ୍ଗର ଶାସନ ବ୍ୟବସ୍ଥା ସହ ତୁଳନା କରି ନବୀନଙ୍କୁ ପ୍ରଶଂସା କରିଥିଲେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe