ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ପରଲୋକ । ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଜିମୂତ ।

Advertisment
ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ପରଲୋକ । ସଡକ ଦୁର୍ଘଟଣାରେ ଆଖି ବୁଜିଲେ ଜିମୂତ ।

କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ପରଲୋକ । ସଡକ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଫେରୁଥିବା ବେଳେ ଗାଡି ଦୁର୍ଘଟଣାଗସ୍ତ ହୋଇଛି । ରାତି ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ଦୁର୍ଘଟଣା ପରେ ତାଙ୍କ ମୃତଦେହକୁ ଏମ୍ସ ନିଆଯାଇଛି । ଦୁର୍ଘଟଣାସ୍ଥଳ ନିକଟରୁ ମୋବାଇଲ, ଆଇଡିକାର୍ଡ ମିଳି୍ଥିବା ବେଳେ ଗାଡି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଓଡ଼ିଶା ସାମ୍ବାଦିକ ମହଲରେ ଜିମୂତ ଜଣେ ଜଣାଶୁଣା ସାମ୍ବାଦିକ ଭାବେ ପରିଚିତ ଥିଲେ । ଖାସକରି ଓଡ଼ିଶା ରାଜନୀତି ବାବଦରେ ଅନେକ ପୁସ୍ତକ ସେ ଲେଖିଥିଲେ । ଜିମୂତଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଲହରି ଖେଳିଯାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe