କନକ ବ୍ୟୁରୋ: ବସନ୍ତ ଦାସ, ଜଣେ ସାମ୍ବାଦିକ ଓ ସ୍ତମ୍ବକାର ଭାବେ ତାଙ୍କର ଯେତିକି ଖ୍ୟାତି ଥିଲା, ସେତିକି ସୁନାମ ଅର୍ଜନ କରିଥିଲେ ଓଡ଼ିଶା ରାଜନୀତିର ଇତିହାସ ଲେଖି । ଉଭୟ ଓଡିଆ ଏବଂ ଇଂରାଜୀ ସାମ୍ବାଦିକତା ସହ ଓଡିଆ ସାହିତ୍ୟ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ ।
ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସାହିତ୍ୟ ଓ ସାମ୍ବାଦିକ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି ତାଙ୍କର ଅନେକ ବନ୍ଧୁ ଏବେ ତାଙ୍କୁ ଏକା କରି ତାଙ୍କ ପାଖରୁ ଦୁରେଇ ଯାଉଛନ୍ତି । ଯାହ ତାଙ୍କୁ ଦୁଃଖ ଦେବା ସହ ଅତ୍ୟନ୍ତ ମର୍ମାହିତ କରିଛି । ସେହିପରି ଆନ୍ଧପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୁଷଣ ହରିଚନ୍ଦନ ମଧ୍ୟ ବସନ୍ତ ଦାସଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମନ୍ତ୍ରୀ ରଘୁନନ୍ଦନ ଦାସ ମଧ୍ୟ ବସନ୍ତ ଦାସଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
Follow Us