ଓଡ଼ିଶାରେ କମିବ କି କରୋନା ସଂକ୍ରମଣ ? ବରିଷ୍ଠ ଡାକ୍ତର କହିଲେ, ଅଗଷ୍ଟ ଶେଷ ସୁଦ୍ଧା ହ୍ରାସ ପାଇବ ଆକ୍ରାନ୍ତଙ୍କ ସଂଖ୍ୟା । ଅକ୍ଟୋବର ସୁଦ୍ଧା ଗତି କରିସାରିଥିବ ମହାମାରୀର ସବୁଠୁ ଖରାପ ସମୟ ।

902

କନକ ବ୍ୟୁରୋ : ଅଗଷ୍ଟ ଶେଷ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମିଯିବ । ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର କହିଛନ୍ତି, ବର୍ତ୍ତମାନ ଭୁବନେଶ୍ୱରରେ କରୋନା ସଂକ୍ରମଣ ପିକରେ ଅଛି । ୧୫ରୁ ୨୦ ଦିନ ମଧ୍ୟରେ ଏହା ଧୀରେ ଧୀରେ କମିବା ଆରମ୍ଭ ହେବ । ଅକ୍ଟୋବର ମଧ୍ୟ ସୁଦ୍ଧା ଏହି ମହାମାରୀର ସବୁଠାରୁ ଖରାପ ସମୟ ଗତି କରିସାରିଥିବ ବୋଲି ଡାକ୍ତର ନୀରଜ ମିଶ୍ର କହିଛନ୍ତି ।

ଅଗଷ୍ଟ ମାସ ପରେ କମିପାରେ କରୋନା । ଭୁବନେଶ୍ୱରରେ ଶୀର୍ଷ ଆଡକୁ ଗତି କରୁଛି ସଂକ୍ରମଣ ! ଗଂଜାମରେ କମୁଛି, ଖୋର୍ଦ୍ଧାରେ ବଢୁଛି ଆକାନ୍ତଙ୍କ ସଂଖ୍ୟା । ବରିଷ୍ଠ ଡାକ୍ତର ନିରୋଜ ମିଶ୍ରଙ୍କ କହିବା କଥା ସମ୍ଭବତଃ ଗଂଜାମରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ ତଳକୁ ଖସିବା ଆରମ୍ଭ କରିଛି । ଏପଟେ ଖୋର୍ଦ୍ଧା, ବିଶେଷ କରି ଭୁବନେଶ୍ୱରରେ ସଂକ୍ରମଣ ଶୀର୍ଷ ଆଡକୁ ଗତି କରୁଛି । ନଜର ପକାନ୍ତୁ ଡାକ୍ତର ନିରୋଜ ମିଶ୍ରଙ୍କ ଆକଳନ ଉପରେ ।

ଅଧିକ ସଂଖ୍ୟାରେ ପ୍ରବାସୀ ଫେରିବାରୁ ଗଂଜାମରେ ସଂକ୍ରମଣ ବଢ଼ିଥିଲା
ଲକଡାଉନ କୋହଳ ପରେ ବି ଗଂଜାମରେ କମୁଛି ସଂକ୍ରମଣ
କ୍ରମାଗତ ଆଉ କିଛି ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଲେ ଗଂଜାମ ଶୀର୍ଷ ସମୟ ଅତିକ୍ରମ କରିଥିବା କୁହାଯିବ
ଭୁବନେଶ୍ୱରରେ ଆଉ ୧୫-୨୦ ଦିନ ପରେ କମିବ ସଂକ୍ରମଣ

ଡାକ୍ତର ନିରୋଜ ମିଶ୍ର ଆହୁରି ମଧ୍ୟ କହିଛନ୍ତି, ଅକ୍ଟୋବର ମଧ୍ୟ ଭାଗ ସୁଦ୍ଧା ମହାମାରୀର ସବୁଠୁ ଅଧିକ ଖରାପ ସମୟ ଅତିକ୍ରମ କରିଥିବ । ଅଗଷ୍ଟ ଶେଷ ତଥା ସେପ୍ଟେମ୍ବର ଆରମ୍ଭରେ ରାଜ୍ୟରେ ହ୍ରାସ ପାଇବ ସଂକ୍ରମଣ ।

ଏପଟେ ଆରଏମଆରସିର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତିଙ୍କ ଆକଳନ ଆହୁରି ଆଶ୍ୱସ୍ତ କଲା ଭଳି । ଏବେ ନଜର ପକାଇବା କ’ଣ କହୁଛି ଡାକ୍ତର ସଂଘମିତ୍ରା ପତିଙ୍କ ଆକଳନ :

ନୂଆ କରୋନା ମାମଲା କମ ଆସୁଛି
କ୍ୱାରେଂଟିନ୍ କେନ୍ଦ୍ରରୁ କିମ୍ବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ପଜିଟିଭ୍ ଚିହ୍ନଟ ହେଉଛନ୍ତି
ଲୋକଙ୍କ ରୋଗ ପ୍ରତିରୋଧ ଶକ୍ତି ବଢୁଛି
ଅଗଷ୍ଟ ୧୫ ପରେ କ୍ରମଶଃ କମିବ ସଂକ୍ରମଣ

ତେବେ ବିଶେଷଜ୍ଞଙ୍କ କହିବା କଥା କରୋନା ପ୍ରକୋପ କମିବା ପାଇଁ ଆମକୁ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ବା ସାନିଟାଇଜ୍ କରିବା ଭଳି ନିୟମକୁ କଡ଼ା କଡ଼ି ପାଳନ କରିବାକୁ ହେବ ।