ସଂକ୍ରମଣ ବୃଦ୍ଧିକୁ ନେଇ ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ରଙ୍କ ପ୍ରତିକ୍ରିୟା :  ରାଜ୍ୟରେ ଆଉ ୧୫ ଦିନ ବଢ଼ିବ କରୋନା ସଂକ୍ରମଣ । ତାପରେ ଦିଲ୍ଲୀ, ମୁମ୍ବାଇ ଭଳି କମିବ । ମୃତ୍ୟୁ ସଂଖ୍ୟା ବଢ଼ୁଛି, ହେଲେ କମ୍ ରହିଛି ହାର

1,816

କନକ ବ୍ୟୁରୋ : ସଂକ୍ରମଣ ବୃଦ୍ଧିକୁ ନେଇ ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି,   ରାଜ୍ୟରେ ଆଉ ୧୫ ଦିନ ବଢ଼ିବ କରୋନା ସଂକ୍ରମଣ ।  ତାପରେ ଦିଲ୍ଲୀ, ମୁମ୍ବାଇ ଭଳି ସଂଖ୍ୟା କମିବ ।ବସ୍ତିରେ ଏବେ ଅଧିକ ସଂଖ୍ୟକ ପଜିଟିଭ ବାହାରୁଛି । ତେଣୁ ବସ୍ତିରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଅଛି  । ଓଡିଶାରେ ମୃତ୍ୟୁ ସଂଖ୍ୟା ବଢ଼ୁଛି, ହେଲେ ଏହା କମ ବୋଲି କହିଛନ୍ତି ଅଶୋକ ମହାପାତ୍ର ।  ରାଜ୍ୟରେ ଏବେ ପ୍ରତିଦିନ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି  । ଆଜି  ୧୫ ଶହ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।