'ହାତ' ଛାଡି 'ଶଂଖ' ଧରିଲେ ବରିଷ୍ଠ କଂଗ୍ରେସ ନେତା ଜାତିୟା ମୁଣ୍ଡା । ଦଳୀୟ ଟିକେଟ ନମିଳିବାରୁ ସମର୍ଥକଙ୍କ ସହ ବିଜେଡିରେ ହେଲେ ସାମିଲ

Advertisment
ଦେଢ଼ମାସରେ କିଏ କରିଛି କେତେ ପ୍ରଶ୍ନ ? ସଂସଦ କାନରେ ପଡ଼ିଛି କେଉଁ ସାଂସଦର ଶାଣିତ ସ୍ୱର?

କନକ ବ୍ୟୁରୋ: କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ଜାତିୟା ମୁଣ୍ଡା । ୩୫ ଜଣ କର୍ମୀଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି ଜାତିୟା ମୁଣ୍ଡା । କଂଗ୍ରେସ ଟିକଟ ନ ମିଳିବାରୁ ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ୍ ଚେୟାରମ୍ୟାନ ଜାତିୟା ମୁଣ୍ଡା ନିଜ ଅନୁଗତଙ୍କ ସହ ବିଜେଡ଼ିରେ ଯୋଗ ଦେଇଛନ୍ତି ।

publive-image

ଆଜି ନବୀନ ନିବାସରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଏହା ଦଳକୁ ମଜବୁତ କରିବ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ଅନ୍ୟପଟେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ରାଜେନ୍ଦ୍ର ହୁଲକାଙ୍କ ନେତୃତ୍ୱରେ ୨୫ଜଣ କଂଗ୍ରେସ କର୍ମୀ ବିଜେଡ଼ିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe