‘ହାତ’ ଛାଡି ‘ଶଂଖ’ ଧରିଲେ ବରିଷ୍ଠ କଂଗ୍ରେସ ନେତା ଜାତିୟା ମୁଣ୍ଡା । ଦଳୀୟ ଟିକେଟ ନମିଳିବାରୁ ସମର୍ଥକଙ୍କ ସହ ବିଜେଡିରେ ହେଲେ ସାମିଲ
କନକ ବ୍ୟୁରୋ: କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ଜାତିୟା ମୁଣ୍ଡା । ୩୫ ଜଣ କର୍ମୀଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି ଜାତିୟା ମୁଣ୍ଡା । କଂଗ୍ରେସ ଟିକଟ ନ ମିଳିବାରୁ ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ୍ ଚେୟାରମ୍ୟାନ ଜାତିୟା ମୁଣ୍ଡା ନିଜ ଅନୁଗତଙ୍କ ସହ ବିଜେଡ଼ିରେ ଯୋଗ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ନବୀନ ନିବାସରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଏହା ଦଳକୁ ମଜବୁତ କରିବ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ଅନ୍ୟପଟେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ରାଜେନ୍ଦ୍ର ହୁଲକାଙ୍କ ନେତୃତ୍ୱରେ ୨୫ଜଣ କଂଗ୍ରେସ କର୍ମୀ ବିଜେଡ଼ିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ।