ରାଗରେ ନିୟନ୍ତ୍ରଣ ହରାଇଲେ ସିଦ୍ଧରମେୟା ! ମହିଳାଙ୍କ ହାତରୁ ମାଇକ ଛଡାଇବାବେଳେ ଟାଣିହୋଇଗଲା ଓଢଣି ।

ରାଗରେ ନିୟନ୍ତ୍ରଣ ହରାଇଲେ ସିଦ୍ଧରମେୟା ! ମହିଳାଙ୍କ ହାତରୁ ମାଇକ ଛଡାଇବାବେଳେ ଟାଣିହୋଇଗଲା ଓଢଣି ।

image courtesy - aajtak.intoday.in

କନକ ବ୍ୟୁରୋ : ରାଗରେ ନିୟନ୍ତ୍ରଣ ହରାଇଲେ କର୍ଣ୍ଣାଟକର କଂଗ୍ରେସ ନେତା ସିଦ୍ଧରମେୟା । ମହିଳାଙ୍କ ଠାରୁ ମାଇକ୍ ଛଡାଉ ଛଡାଉ ଟାଣି ହୋଇଗଲା ଓଢଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର ମହୀଶୂରରେ । ଏକ ସାଧାରଣ ସଭାରେ ସିଦ୍ଧରମୈୟାଙ୍କୁ ପ୍ରଶ୍ନ ପଚାରିଥିଲେ ମହିଳା ଜଣକ । ତେବେ ଏହାକୁ ନେଇ ସିଦ୍ଧରମେୟା ରାଗିଯାଇଥିଲେ ଏବଂ ପ୍ରଶ୍ନ ନପଚାରି ଚୁପ୍ ରହିବାକୁ ମହିଳା ଜଣଙ୍କୁ କହିଥିଲେ ।

ତେବେ ମହିଳା ଜଣଙ୍କ ନିଜ କଥା କହି ଚାଲିଥିଲେ । ଏଥିରେ ସିଦ୍ଧରମେୟା ଅଧିକ ରାଗି ଯାଇଥିଲେ ଓ ମହିଳା ଜଣଙ୍କ ଠାରୁ ମାଇକ୍ ଛଡ଼ାଇ ଆଣିଥିଲେ । ଆଉ ମାଇକ୍ ଛଡାଉ ଛଡାଉ ଟାଣି ହୋଇଯାଇଥିଲା ମହିଳାଙ୍କ ଓଢଣି । ଏହାକୁ ନେଇ ବିଜେପି ସମାଲୋଚନା କରିଥିବା ବେଳେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସଭାପତି ଦୀନେଶ ଗୁଣ୍ଡାରୁ ସିଦ୍ଧରମେୟାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe