ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।

121

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ରବିବାର ରାତିରେ ଭୋରାଙ୍କୁ ଦିଲ୍ଲୀର ଫୋର୍ଟିସ ଏସ୍କର୍ଟ ହସ୍ପିଟାଲରେ ଭର୍ତି କରାଯାଇଥିଲା ।  ସୋମବାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୋତିଲାଲ ଭୋରା ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରିଥିଲେ ଏବଂ ପରେ ୧୯୬୮ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ରବିବାରେ ଦିନ ଭୋରା ତାଙ୍କ ୯୩ତମ  ଜନ୍ମଦିନ ପାଳନ କରିଥିଲେ । କରୋନା ଭୁତାଣୁରେ ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟଗତ ଜଟିଳତା ତାଙ୍କୁ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସା କରାଯାଉଥିଲା ।

ସୁଚନା ଅନୁସାରେ ଭୋରା ୧୯୭୦ ମସିହାରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଜିତିଥିଲେ । ଏବଂ ବିଧାନସଭା ସଡ଼କ ଓ ପରିବହନ ନିଗମର ଡ଼େପୁଟି ଚେୟାରମ୍ୟାନ ଥିଲେ । ୧୯୭୭ରୁ ୧୯୮୦ ମସିହାରେ ମଧ୍ୟପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ମସିହାରେ ଅର୍ଜୁନ ସିଂଙ୍କ କ୍ୟାବିନେଟରେ ଉଚ୍ଚଶିକ୍ଷା ବିଭାଗର ଚେୟାରମ୍ୟାନ ହୋଇଥିଲେ ।

ମୋତିଲାଲ ଭୋରା ୧୯୮୩ରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ  ଏବଂ ମଧ୍ୟପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିଯୁକ୍ତ ହୋଇଥିଲେ । ସେ ମଧ୍ୟପ୍ରଦେଶରେ  ଦୁଇଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହା ସହ ୨ହଜାରରୁ ୨୦୧୮ ଭିତରେ କଂଗ୍ରେସର କୋଷାଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ ।