ଚର୍ଚ୍ଚାରେ କଂଗ୍ରେସର ବିରିଷ୍ଠ ନେତା ଚିରଞ୍ଜିବୀଙ୍କ ବନ୍ଧୁ ମିଳନ । ବ୍ୟାନରରେ ଦଳୀୟ ଚିହ୍ନ ନଥିବାରୁ ଦଳ ଛାଡ଼ିବା ନେଇ ବଢୁଛି ଚର୍ଚ୍ଚା ।

250

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଚିରଂଜୀବ ବିଶ୍ୱାଳ । ୨୦୧୯ ନିର୍ବାଚନର ପରାଜୟ ପରେ ନିଷ୍କ୍ରିୟ ହୋଇପଡିଥିବା ଚଂରଜୀବ ଜଗତସିଂହପୁରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଛନ୍ତି । ବଡ କଥା ହେଉଛି ଏହି କାର୍ଯ୍ୟକ୍ରମରେ ଚିରଞ୍ଜୀବଙ୍କ ଦଳର କୌଣସି ଚିହ୍ନ ବର୍ଣ୍ଣ ନଥିଲା । ନାଉଗାଁ ବ୍ଲକରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବେଳେ ସେ ପରୋକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ନିଲମ୍ବନ ପ୍ରତ୍ୟାହାର ପରେ ଦଳ ପାଇଁ କାମ କରିବାକୁ ପିସିସି ସଭାପତି କହିଥିବା କହିଛନ୍ତି । କିନ୍ତୁ କେଉଁ କାରଣରୁ ତାଙ୍କୁ ନିଲମ୍ବନ କରାଯାଇଥିଲା ବୋଲି ପ୍ରଶ୍ନର ଉତ୍ତର ପାଇ ନାହାନ୍ତି ବୋଲି ଚିରଂଜୀବ କହିଛନ୍ତି । ତେବେ ନିର୍ବାଚନରେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ସମୟ ଆସିଲେ ସ୍ପଷ୍ଟ ହୋଇଯିବ ବୋଲି ଗଣମାଧ୍ୟମର ପ୍ରଶ୍ନରେ ସେ କହିଛନ୍ତି ।