କନକ ବ୍ୟୁରୋ: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶା ଗସ୍ତ ଅବସରରେ ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରରେ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ତାଙ୍କୁ ମନ୍ଦିର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି କଟକ ଗସ୍ତ ଅବସରରେ ସେ ଦଳୀୟ କର୍ମୀଙ୍କ ସହ ସାକ୍ଷାତ ମଧ୍ୟ କରିଛନ୍ତି । ଏହା ପୂର୍ବରୁ ସେ ଜଗତସିଂହପୁର ଜିଲ୍ଲା ଗସ୍ତ କରି ମା’ ସାରଳାଙ୍କ ଆଶୀର୍ବାଦ ନେଇଥିଲେ ।
ମା’ କଟକଚଣ୍ଡୀଙ୍କ ପୀଠରେ ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ । ପରେ ମା’ ଶାରଳାଙ୍କ ପୀଠରେ କଲେ ପୂଜାର୍ଚ୍ଚନା ।
/kanak/media/post_attachments/wp-content/uploads/2024/02/sv.jpg)