କନକ ବ୍ୟୁରୋ: ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ମିଳିଲା ବିଜେଡି ଟିକେଟ୍ । ପାରାଦୀପରୁ ଲଢ଼ିବେ ଦାମଙ୍କ ପୁଅ ସମ୍ବିତ ରାଉତରାୟ । ଏନେଇ ନବୀନ ନିବାସରେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଦୀର୍ଘ ଦିନ ଦାମଙ୍କ ପୁଅ ସମ୍ବିତଙ୍କୁ ଟିକେଟ୍ ମିଳିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଛେଦ ପକାଇ ସମ୍ବିତଙ୍କୁ ପାରାଦୀପ ମଙ୍ଗ ଧରାଇଛନ୍ତି ବିଜେଡି ସୁପ୍ରିମୋ ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୦୯ରେ ଗଠିତ ହୋଇଥିବା ଏହି ବିଧାନସଭା କ୍ଷେତ୍ରରେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନ ବିଜେପି ନେତା ଦାମଦୋର ରାଉତ ବିଗତ ଦୁଇଟି ସାଧାରଣ ନିର୍ବାଚନରେ ଏଠାରେ ବିଜୟ ହୋଇଥିଲେ । ତେବେ ଦାମ ବର୍ତ୍ତମାନ ବିଜେପି ଟିକେଟ ପାଇଁ ଏରସମା-ବାଲିକୁଦାରୁ ଲଢ଼ିବାକୁ ପ୍ରସ୍ତୁତି ଚଳାଇଥିବାବେଳେ ବିଜେଡି ସୁପ୍ରିମୋ ଦାମଙ୍କ ପୁଅ ସମ୍ବିତଙ୍କୁ ପାରାଦୀପ ମଙ୍ଗ ଧରାଇଛନ୍ତି । ତେବେ ଏହି ନିର୍ବାଚନୀ କ୍ଷେତ୍ରକୁ ପ୍ରଥମଥର ପାଇଁ ଓହ୍ଲାଇ ବିଜୟଧାରା ବଜାୟ ରଖିବେ କି ଦାମଙ୍କ ପୁଅ ସମ୍ବିତ ରାଉତରାୟ? ଯାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
ଅନ୍ୟପଟେ ଆସନ୍ତା ୨୯ ତାରିଖରେ ରାଜ୍ୟରେ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୈଦାନକୁ ଓହ୍ଲାଇବା ପାଇଁ ଦାମଙ୍କ ପୁଅ ସମ୍ବିତ ପ୍ରସ୍ତୁତି କରିଥିବାବେଳେ ବିଜେଡି ସୁପ୍ରିମୋ ତାଙ୍କ ହାତରେ ପାରାଦୀପ ଭାର ଦେଇଛନ୍ତି । ଏବେ ପାରାଦୀପ ଆସନରେ ନୂଆ ଲଢ଼େଇ ଦେଖିବାକୁ ମିଳିବ । କାରଣ ପ୍ରଥମଥର ପାଇଁ ପାରାଦୀପ ଆସନରେ ନୂଆ ମୁହଁ କିନ୍ତୁ ପୁରୁଖା ନେତାଙ୍କ ପୁଅ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଯାହା ରାଜ୍ୟ ରାଜନୀତିରେ ହଟ ଚମଟ ସୃଷ୍ଟି କରିଛି ।