ବିଜେଡି ନେତାଙ୍କୁ ନବୀନ ନିବାସରୁ ଡାକରା । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା!

1,653

କନକ ବ୍ୟୁରୋ: ନବୀନ ନିବାସରୁ ବିଜେଡିର ବରିଷ୍ଠ ନେତାବୃନ୍ଦଙ୍କୁ ଡାକରା ପରେ ପହଞ୍ଚିଛନ୍ତି ନେତାବୃନ୍ଦ । ବିଜେଡିର ପରାଜୟ ପରେ ବିଜୟୀ ଓ ପରାଜିତ ନେତାଙ୍କୁ ନେଇ ନବୀନ ପଟ୍ଟନାୟକ ପୂର୍ବରୁ ବୈଠକ କରିଥିଲେ ବି ଆଜି ପୁଣିଥରେ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରୁଛନ୍ତି । ନବୀନ ନିବସାରେ ଦେବୀ ମିଶ୍ର , ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ, କଳିକେଶ ସିଂଦେଓ ନବୀନ ନିବାସରେ ହାଜର ହୋଇଥିବା ସୂଚନା ରହିଛି । ତେବେ କେଉଁ କାରଣରୁ ଏଥର ଦଳ ପରାଜୟ ବରଣ କଲା ସେନେଇ ଆଲୋଚନା କରିବାକୁ ନେତାମାନେ ଏକାଠି ହୋଇଥିବା କୁହାଯାଉଛି । ତେବେ ଆଗକୁ କ’ଣ ନିଷ୍ପତ୍ତି ହେଉଛି ଏବଂ ଆଗାମୀ ଅଗ୍ରଗତି ନେଇ ଦଳ କ’ଣ ନୀତି ଗ୍ରହଣ କରିବ ତା’ ଉପରେ ସମସଙ୍କ ନଜର ।