ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର । ଭୁବନେଶ୍ୱରରୁ ବରଗଡ଼ ଫେରିବା ସମୟରେ ରେଢ଼ାଖୋଲରେ କାର୍ ଦୁର୍ଘଟଣାଗ୍ରସ୍ତ ।

 ସମ୍ବଲପୁରର ଏକ ଘରୋଇ ମେଡିକାଲର ଆଇସିୟୁରେ ଭର୍ତ୍ତି ।

2,540

କନକ ବ୍ୟୁରୋ: ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଛନ୍ତି ବିଜୁ ଜନତା ଦଳର ଏହି ହେଭିୱେଟ୍ ନେତା । ସମ୍ବଲପୁରରେ ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଗୁରୁବାର ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ସାରି ବରଗଡ଼ ଫେରୁଥିବା ବେଳେ ରେଢ଼ାଖୋଲର ବେଲଗଡ଼ ଠାରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ପ୍ରସନ୍ନଙ୍କ ଗାଡ଼ି । ଦୁର୍ଘଟଣାରେ ପ୍ରସନ୍ନଙ୍କ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ରେଢ଼ାଖୋଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ତେବେ ପରେ ତାଙ୍କୁ ସମ୍ବଲପୁରର ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ମୁଣ୍ଡ, ଆଖି, ନାକରେ ଗୁରୁତର ଆଘାତ ଲାଗିଥିବା ବେଳେ ବର୍ତମାନ ସେ ଆଇସିୟୁରେ ଅଛନ୍ତି । ଖୁବଶୀଘ୍ର ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି । ସେପଟେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପିଏସ୍ଓ ଏବଂ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।