ସୁସ୍ଥ ହେବା ପରେ ପୁଣି ଦମ୍ ଦେଖାଇଲେ ଦାମ । ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ‘ପୁଣି ନବୀନ’ କାର୍ଯ୍ୟକ୍ରମରେ ହେଲେ ସାମିଲ

2,401

କନକ ବ୍ୟୁରୋ : ଦୀର୍ଘଦିନର ବ୍ୟବଧାନ କର୍ମୀ ସମ୍ମିଳନୀରେ ନଜର ଆସିଲେ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ । ସୁସ୍ଥ ହେବା ପରେ ଜଗତ୍ସିଂହପୁର କୁଜଙ୍ଗ ପଡିଆରେ ଆୟୋଜିତ ପୁଣି ନବୀନ ସାଧାରଣ ସଭାରେ ଦମ ଦେଖାଇଛନ୍ତି ଦାମ । ହ୍ୱିଲ ଚେୟାରରେ ସଭା ପାଖରେ ପହଂଚିବା ପରେ ତାଙ୍କୁ ସମର୍ଥକମାନେ ପାଛୋଟି ନେଇଥିଲେ । କର୍ମୀଙ୍କ ଗହଣରେ ଉଦ୍ବୋଧନ ଦେଇ ନବୀନଙ୍କ ପ୍ରଶଂସା କରିଛନ୍ତି । କହିଛନ୍ତି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ବିଜେଡିକୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ଅନେକ କଳ୍ପନାର ଅନ୍ତ ଘଟାଇ ଶେଷରେ ଦାମୋଦର ରାଉତ ଅସୁସ୍ଥତା ସତ୍ୱେ କୁଜଙ୍ଗରେ ପହଂଚି ସାଧାରଣ ସଭାରେ ଯୋଗ ଦେବା ସ୍ଥାନୀୟ କର୍ମୀଙ୍କର ମନୋବଳ ବଢାଇ ଦେଇଛି ।