କନକ ବ୍ୟୁରୋ : ପଂଚାୟତ ଅଫିସରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ରେଡ଼ । ଜଗତସିଂହପୁର ଜିଲ୍ଲା ପଂଚାୟତ ସେକ୍ସନ ଅଫିସର ସଂଯୁକ୍ତା ଦାସଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ । ଜିଲ୍ଲା ପଂଚାୟତ ଅଫିସ, ନିଜ ଘର ସାତପୁର, ପାଣି ଶାଳିଆ ଘର ଏବଂ କଟକ ମହାନଦୀ ବିହାର ଘର ଉପରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସର ଏକ ୩୦ ଜଣିଆ ଟିମ୍ ଏହି ଚଢ଼ାଉ କରୁଛନ୍ତି ।
ଭିଜିଲାନ୍ସ ଜଗତ୍ସିଂହପୁର ଜିଲ୍ଲାର ତରିକୁନ୍ଦସ୍ଥିିତ ସାତପୁରାରେ ଥିବା ସଂଯୁକ୍ତାଙ୍କ ୨ ମହଲା ବିଶିଷ୍ଟ ବାସଭବନରେ, ପାଣିସାଳିଆରେ ଥିବା ଦୁଇ ମହଲା ବିଶିଷ୍ଟ ଘରେ, କଟକର ମହାନଦୀ ବିହାରରେ ଥିବା ୩ ବିଏଚ୍କେ ଫ୍ଲାଟ୍ରେ ଓ ଜଗତ୍ସିଂହପୁରରେ ଥିବା ସବ୍-କଲେକ୍ଟରଙ୍କ କାର୍ଯ୍ୟାଳୟର ଅଫିସ୍ ରୁମ୍ରେ ଚଢ଼ାଉ କରିଥିବା ସୂଚନା ରହିଛି।