କନକ ବ୍ୟୁରୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବରିଷ୍ଠ ପରାମର୍ଶଦାତା ତଥା କ୍ଳାଇମେଟ୍ କୂଟନୀତିଜ୍ଞ ଆନାଟୋଲି ଚୁବାଇସ୍ ୟୁକ୍ରେନ୍ ଉପରେ ଆକ୍ରମଣକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହ ସେ ସବୁଦିନ ପାଇଁ ଋଷ ଛାଡିଥିବା ଜଣାପଡିଛି । । ଆନାଟୋଲି ନିଜ ଇଚ୍ଛାରେ ଇସ୍ତଫା ଦେଇଥିବା କ୍ରେମଲିନ୍ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି ।

Advertisment

୬୬ ବର୍ଷିୟ ଆନାଟୋଲି ନବେ ଦଶକର ପ୍ରମୁଖ ଅର୍ଥନୈତିକ ସଂସ୍କାରକଙ୍କ ମଧ୍ୟରୁ ଅନ୍ୟତମ । ସେ ପୁଟିନଙ୍କ ସରକାରରେ ରହି ପାଶ୍ଚାତ୍ୟ ଦେଶଗୁଡିକ ସହ ସମ୍ପର୍କ ବଜାୟ ରଖିଥିଲେ ।୧୯୯୦ର ସୋଭିଏତ୍ ସଂଘ ସମୟରୁ ଏଯାଏଁ ସେ ପୁଟିନଙ୍କ ସରକାରର ବିଶ୍ୱାସ ଭାଜନ ହୋଇପାରିଥିଲେ । ଏହି ସମୟରେ ସେ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ସହ ସୁସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଥିଲେ । ପୁଟିନଙ୍କ ସଫଳତା ପଛରେ ତାଙ୍କର ବଡ ଯୋଗଦାନ ରହିଛି ।

ସୂଚନା ମୁତାବକ, ଋଷର ପୂର୍ବତନ ରାଷ୍ଟ୍ରପତି ବୋରିସ୍ ୟେଲତସିନଙ୍କ ଠାରୁ କ୍ଷମତା ଛଡାଇ ସେ ପୁଟିନଙ୍କୁ ପ୍ରଦାନ କରିଥିଲେ । ଋଷ ଘରୋଇକରଣର ଜନକ ଆନାଟୋଲି ୧୯୯୦ର ମଧ୍ୟଭାଗରେ ପୁଟିନଙ୍କୁ କ୍ରେମଲିନରେ ଚାକିରି ଦେଇଥିଲେ । ପୁଟିନଙ୍କ ଉତ୍ଥାନରେ ତାଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ପରେ ପୁଟିନଙ୍କ ନେତୃତ୍ୱରେ ସେ ଅନେକ ଗୁରୁତ୍ୱପ୍ରୂ୍ଣ୍ଣ ପଦରେ କାର୍ଯ୍ୟ କରିଥିଲେ ।ଏବେ ପୁଟିନଙ୍କ ଏକଚାଟିଆ କାର୍ଯ୍ୟକୁ ବିରୋଧ କରି ଦେଶ ଛାଡିଛନ୍ତି ଆନାଟୋଲି ଚୁବାଇସ୍ । କୁହାଯାଉଛି ଯେ, ୟୁକ୍ରେନ ଆକ୍ରମଣକୁ ଋଷର ଜନତା ଏବଂ ଅନେକ ପ୍ରଶାସନକି ଏବଂ ପ୍ରତିରକ୍ଷା ଅଧିକାରୀ ଗ୍ରହଣ କରିବାକୁ ନାରାଜ ।