‘ପିଏମ୍ ନରେନ୍ଦ୍ର ମୋଦି’ ସିନେମାର ଚାରି ନିର୍ମାତାଙ୍କୁ ନିର୍ବାଚନ ଆୟୋଗ ପଠାଇଲେ ନୋଟିସ୍ ! ସିନେମା ଉପରେ ସ୍ୱର ଉଠାଇଲା ନବନିର୍ମାଣ ସେନା ।

194

ବୁଧବାର ନିର୍ବାଚନ ଆୟୋଗ ‘ପିଏମ୍ ନରେନ୍ଦ୍ର ମୋଦି’ ସିନେମାର ୪ ନିର୍ମାତାଙ୍କୁ ନୋଟିସ୍ ପଠାଇଛନ୍ତି । ନିର୍ବାଚନ ଆୟୋଗ ଏହି ନୋଟିସ୍ କଂଗ୍ରେସ ଏବଂ ସିପିଆଇର ଅଭିଯୋଗ ପରେ ନିର୍ମାତାଙ୍କୁ ପଠାଇଛନ୍ତି । କଂଗ୍ରେସ ଏବଂ ସିପିଏମ୍ ଅଭିଯୋଗରେ କହିଥିଲେ ଯେ ଏହି ସିନେମା ରାଜନୈତିକ ପରିସ୍ଥିତିକୁ ନେଇ ପ୍ରସ୍ତୁତ ହୋଇଛି । ଏହାସହ ନିର୍ବାଚନ ଆୟୋଗ ଦୁଇଟି ଖବରକାଗଜକୁ ମଧ୍ୟ ଏଥିପାଇଁ ନୋଟିସ୍ ପଠାଇଛନ୍ତି ।

୨୦ ମାର୍ଚ୍ଚରେ ଏହି ଦୁଇଟି ଖବରକାଗଜରେ ପୋଷ୍ଟର ଛପାଯାଇଥିଲା । ସୋମବାର କଂଗ୍ରେସ ନେତା ନିର୍ବାଚନ ଆୟୋଗ ସହ ମିଶି ଏହି ଫିଲ୍ମକୁ ନେଇ ଅଭିଯୋଗ କରିଥିଲେ । ପାର୍ଟିର ଅଭିଯୋଗ ରହିଥିଲା ଯେ ଏହି ସିନେମା ଦ୍ୱାରା ବିଜେପି ନିର୍ବାଚନରେ ଫାଇଦା ଉଠାଇବାକୁ ଚାହୁଁଛି । କଂଗ୍ରେସର ବରିଷ୍ଠ ନେତା କପିଲ୍ ସିବ୍ୱଲଙ୍କ ସହ କଥାବାର୍ତ୍ତା ହେବା ପରେ ଏହି ଫିଲ୍ମ ସମ୍ବିଧାନର ଭାବନାକୁ ଉଲ୍ଲଘଂନ କରୁଛି । ଏହି ଫିଲ୍ମର ତିନି ନିର୍ମାତା ଏବଂ ଅଭିନେତା ମଧ୍ୟ ବିଜେପି ସହ ଜଡିତ ଅଛନ୍ତି । ମହାରାଷ୍ଟ୍ର ନବନିର୍ମାଣ ସେନା ମଧ୍ୟ ଏହି ଫିଲ୍ମ ଉପରେ ସ୍ୱର ଉତ୍ତୋଳନ କରିଛି ।