ଅଷ୍ଟ୍ରେଲିଆ କ୍ରିକେଟର ବ୍ରେଟ ଲି’ଙ୍କ ପ୍ରଥମ ଫିଲ୍ମ ‘ଅନଇଣ୍ଡିଆନ’ର ଲଭମେକିଙ୍ଗ ଦୃଶ୍ୟକୁ ନେଇ ବିବାଦ ଥିଲା । ଫିଲ୍ମରେ ବ୍ରେଟଲି ଓ ଅଭିନେତ୍ରୀ ତନିଷ୍ଠା ଚାଟର୍ଜି ମଧ୍ୟରେ ପିକଚରାଇଜ ହୋଇଥିବା ଲଭମେକିଙ୍ଗ ଦୃଶ୍ୟକୁ ସେନସର ବୋର୍ଡ ଆପତ୍ତିଜନକ ବୋଲି କହିଥିଲା ଏବଂ ବର୍ତମାନ ୬୮ ସେକେଣ୍ଡର ଏହି ଆପତ୍ତିକର ସିନକୁ କାଟି ୨୬ ସେକେଣ୍ଡର କରିଛି ।
ଏହି ଦୃଶ୍ୟରେ ବ୍ରେଟଲି ଓ ତନିଷ୍ଠା ପରସ୍ପରକୁ ଯେତେବେଳେ ଆଲିଙ୍ଗନ କରି ପ୍ରେମରେ ମାତିଛନ୍ତି ,ସେତେବେଳେ ତନିଷ୍ଠାଙ୍କର ବାପା-ମା ଟିଭିରେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପ୍ରବଚନ ଶୁଣୁଛନ୍ତି । ଯାଂଚ ଟିମ ଏକାସାଥିରେ ସେକ୍ସ ଦୃଶ୍ୟ ଓ ମନ୍ତ୍ରଉଚ୍ଚାରଣର ଦୃଶ୍ୟକୁ ନାପସନ୍ଦ କରିଛି । କିନ୍ତୁ ବ୍ରେଟଲି କହିଛନ୍ତି ଏହି ଫିଲ୍ମରେ ଏମିତି କିଛି ଦୃଶ୍ୟ ନାହିଁ ଯାହାକୁ ଅଶ୍ଳୀଳ କୁହାଯିବ । ଫିଲ୍ମର ପ୍ରତି ଦୃଶ୍ୟ ଖୁବ୍ ଭଲ ହୋଇଛି ବୋଲି ବ୍ରେଟଲି କହିଛନ୍ତି । ସେ ସିନା ଅଷ୍ଟ୍ରେଲିଆନ ହେଲେ ଫିଲ୍ମର ନିର୍ଦେଶକ ଓ ହିରୋଇନ ଭାରତୀୟ ।
‘ଅନଇଣ୍ଡିଆନ’ ଫିଲ୍ମଟି ଇଂରାଜୀରେ ତିଆରି ହୋଇଛି । ନିର୍ଦେଶକ ଅନୁପମ ଶର୍ମା । ଫିଲ୍ମର ଅଧିକାଂଶ ସୁଟିଂ ସିଡନୀରେ ହୋଇଛି । ବ୍ରେଟଲି କ୍ରିକେଟରରୁ ଫିଲ୍ମ ହିରୋ ସାଜିଛନ୍ତି ଏବଂ ଖବର ମିଳିଛି ଯେ ସେ ‘ହାଉସଫୁଲ୍-୩ ’ପାଇଁ ମଧ୍ୟ ଆପ୍ରୋଚ ଚଳାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/1.jpg)
/kanak/media/post_attachments/wp-content/uploads/2016/08/3-300x225.jpg)
/kanak/media/post_attachments/wp-content/uploads/2016/08/2-300x225.jpg)