ଅଭିନବ ଉପାୟରେ ଗଂଜେଇ କାରବାର: ବୋଲେରୋ ଗାଡିରେ ସିକ୍ରେଟ୍ ଚାମ୍ବରରେ ଯାଉଥିଲା ଗଂଜେଇ, ଧରିଲା ସେମିଳିଗୁଡା ପୁଲିସ

ଅଭିନବ ଉପାୟରେ ଗଂଜେଇ କାରବାର: ବୋଲେରୋ ଗାଡିରେ ସିକ୍ରେଟ୍ ଚାମ୍ବରରେ ଯାଉଥିଲା ଗଂଜେଇ, ଧରିଲା ସେମିଳିଗୁଡା ପୁଲିସ

କନକ ବ୍ୟୁରୋ: ଅଭିନବ ଉପାୟରେ ହେଉଛି ଗଂଜେଇ କାରବାର । ବୋଲେରୋ ଗାଡିରେ ସିକ୍ରେଟ୍ ଚାମ୍ବରରେ ଯାଉଥିଲା ଗଂଜେଇ । ପଟ୍ଟାଙ୍ଗୀରୁ ଜୟପୁର ଯାଉଥିବା ବେଳେ ଧରିଲା ସେମିଳିଗୁଡା ପୁଲିସ । ରାତିରେ ପାଟ୍ରୋଲିଂ କରୁଥିବା ବେଳେ ବୋଲେରକୁ ସେମିଳିଗୁଡା ନିକଟରେ ଅଟକ ରଖିଥିଲା ପୁଲିସ । ଯାଂଚ ବେଳେ ବୋଲେରୋ ଗାଡିର ପଛପଟେ ଥିବା ଗୁପ୍ତ ଚାମ୍ବରରୁ ୮୭ଟି ବ୍ୟାଗ ଗଂଜେଇ ମିଳିଛି । ଅତି ଚତୁରତାର ସହ ଗଂଜେଇ ଗୁଡିକୁ ସଜା ହୋଇ ରଖାଯାଇଥିଲା । ୨୨୯ଟି ଗଂଜେଇ ବ୍ୟାଗ ଜବତ କରିିବା ସହ ଜଣଙ୍କୁ ଗିରଫ କରିଛି ପୁଲିସ୍ । ତେବେ ଜବତ ଗଂଜେଇର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାର ସେମିଳିଗୁଡା ପୁଲିସ ଜାତୀୟ ରାଜପଥ-୨୬ରେ ଏକ ବୋଲେରୋରୁ ୨୨୯ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିବାର ଖବର ମିଳିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସେମିଳିଗୁଡା ପୁଲିସ ଗତ ରାତି ଗୋଟାଏ ବେଳେ ଜାତୀୟ ରାଜପଥ-୨୬ରେ ଥିବା ଚିରାଗ ଢାବା ନିକଟସ୍ଥ ମିଲ୍ ଛକରେ ଏକ ବୋଲେରୋରୁ ୨୨୯ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏହାଛଡ଼ା ପଟାଙ୍ଗି ଅଞ୍ଚଳର ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ଏନଡିପିଏସ୍ ଧାରାରେ ଏକ ମାମଲା ରୁଜୁ ହୋଇଛି। ଏହି ଗଞ୍ଜେଇ ପଟାଙ୍ଗି ଅଞ୍ଚଳରୁ ଜୟପୁର ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe