କନକ ବ୍ୟୁରୋ : ବିଜେପୁର ସେମିଫାଇନାଲ ପାଇଁ ସମରସଜ୍ଜା । ଆଜି ନବୀନ ନିବାସରେ ବିଜେଡି, ବିଜେପୁର ପାଇଁ ରଣନୀତି ପ୍ରସ୍ତୁତ କରିଛି । ଦଳର ମୁଖିଆ ନିଜେ ବୈଠକରେ ଉପସ୍ଥିତ ରହି ନେତା ଓ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି । ସେପଟେ ବିଜେପି ଶିବିରରେ ମଧ୍ୟ ବିଜେପୁର ପାଇଁ ମନ୍ଥନ ହୋଇଛି ।
ନବୀନ ନିବାସରେ ବିଜେପୁର ବିଚାର । କେମିତି କଂଗ୍ରେସ ଗଡକୁ ଦଖଲ କରିବ ବିଜେଡି । ପ୍ରାର୍ଥୀ, ପର୍ଯ୍ୟବେକ୍ଷକ ଓ କର୍ମୀଙ୍କ ସହ ତିଆରି ହୋଇଛି ରଣନୀତି । ଯାହାର ନେତୃତ୍ୱ ନେଇଛନ୍ତି ନିଜେ ସୁପ୍ରିମୋ ନବୀନ ପଟନାୟକ । କାରଣ ଏହି ନିର୍ବାଚନ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ୍ ବୋଲି କୁହାଯାଉଛି । ଏବଂ ଯିଏ ଜିତିବ ତା ସପକ୍ଷରେ ହାୱା ସୃଷ୍ଟି ହେବ ବୋଲି ଚର୍ଚା ହେଉଛି । ଆସନ୍ତା ୫ ତାରିଖରେ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୀତା ସାହୁ ।
ବିଜେପୁର ପାଇଁ ବିଜେପିରେ ମନ୍ଥନ ଆରମ୍ଭ ହୋଇଛି । ରବିବାର ଦଳୀୟ କାର୍ଯ୍ୟାଳୟରେ ବିଷଦ ଆଲୋଚନା ହୋଇଛି । ତେବେ ଆସନ୍ତା ଦିନେ ଦୁଇଦିନ ଭିତରେ ଦଳ ତାର ପ୍ରାର୍ଥୀ ଘୋଷଣା କରିବ । ଜାତୀୟ ଦଳ ହୋଇଥିବାରୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ହାଇକମାଣ୍ଡଙ୍କ ପାଖକୁ ପଠାଯିବ । ତେବେ ଯାହା ଚର୍ଚା ହେଉଛି, ପ୍ରାର୍ଥୀ ଦୌଡରେ ସବୁଠୁ ଆଗରେ ରହିଛନ୍ତି ଅଶୋକ ପାଣିଗ୍ରାହୀ ।ଏପଟେ ବିଜେପୁର ବ୍ୟାଟଲକୁ ଗମ୍ଭୀରତାର ସହ ନେଇଛି କଂଗ୍ରେସ । ଡେରିରେ ହେଲେ ମଧ୍ୟ ଉପନିର୍ବାଚନରେ ପ୍ରାର୍ଥୀ ଚୟନ ପାଇଁ ୬ଜଣିଆ କମିଟି ଗଠନ ହୋଇଛି । ଯାହା ଉପରେ ମୋହର ମାରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତେବେ ପ୍ରାର୍ଥୀ ରେସରେ ସବୁଠୁ ଆଗରେ ରହିଛନ୍ତି ପ୍ରଣୟ ସାହୁ ଓ ରିପୁନାଥ ସେଠ ।
Follow Us
/kanak/media/post_attachments/wp-content/uploads/2018/01/congress-4-300x225.jpg)