କନକ ବ୍ୟୁରୋ : ବିଜେପୁର ସେମିଫାଇନାଲ ପାଇଁ ସମରସଜ୍ଜା । ଆଜି ନବୀନ ନିବାସରେ ବିଜେଡି, ବିଜେପୁର ପାଇଁ ରଣନୀତି ପ୍ରସ୍ତୁତ କରିଛି । ଦଳର ମୁଖିଆ ନିଜେ ବୈଠକରେ ଉପସ୍ଥିତ ରହି ନେତା ଓ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି । ସେପଟେ ବିଜେପି ଶିବିରରେ ମଧ୍ୟ ବିଜେପୁର ପାଇଁ ମନ୍ଥନ ହୋଇଛି ।
ନବୀନ ନିବାସରେ ବିଜେପୁର ବିଚାର । କେମିତି କଂଗ୍ରେସ ଗଡକୁ ଦଖଲ କରିବ ବିଜେଡି । ପ୍ରାର୍ଥୀ, ପର୍ଯ୍ୟବେକ୍ଷକ ଓ କର୍ମୀଙ୍କ ସହ ତିଆରି ହୋଇଛି ରଣନୀତି । ଯାହାର ନେତୃତ୍ୱ ନେଇଛନ୍ତି ନିଜେ ସୁପ୍ରିମୋ ନବୀନ ପଟନାୟକ । କାରଣ ଏହି ନିର୍ବାଚନ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ୍ ବୋଲି କୁହାଯାଉଛି । ଏବଂ ଯିଏ ଜିତିବ ତା ସପକ୍ଷରେ ହାୱା ସୃଷ୍ଟି ହେବ ବୋଲି ଚର୍ଚା ହେଉଛି । ଆସନ୍ତା ୫ ତାରିଖରେ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୀତା ସାହୁ ।
/kanak/media/post_attachments/wp-content/uploads/2018/01/bijepur-3-300x225.jpg)
ଏପଟେ ବିଜେପୁର ବ୍ୟାଟଲକୁ ଗମ୍ଭୀରତାର ସହ ନେଇଛି କଂଗ୍ରେସ । ଡେରିରେ ହେଲେ ମଧ୍ୟ ଉପନିର୍ବାଚନରେ ପ୍ରାର୍ଥୀ ଚୟନ ପାଇଁ ୬ଜଣିଆ କମିଟି ଗଠନ ହୋଇଛି । ଯାହା ଉପରେ ମୋହର ମାରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତେବେ ପ୍ରାର୍ଥୀ ରେସରେ ସବୁଠୁ ଆଗରେ ରହିଛନ୍ତି ପ୍ରଣୟ ସାହୁ ଓ ରିପୁନାଥ ସେଠ ।