କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନରେ ହେବ ଏନଆଇଟ ପରୀକ୍ଷା : ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ସପ୍ତାହେ ଭିତରେ ହଷ୍ଟେଲ ଛାଡ଼ି ଘରକୁ ଯାଇପାରିବେ ଛାତ୍ରଛାତ୍ରୀ; ନୂଆ ପରୀକ୍ଷା ସୂଚୀ ବାବଦରେ ଛାତ୍ରଛାତ୍ରୀଙ୍କୁ ଜଣାଇବେ କର୍ତୃପକ୍ଷ

115

କନକ ବ୍ୟୁରୋ : କୋଭିଡ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଏନଆଇଟି ସିନେଟ ବୈଠକରେ ନିଆଗଲା ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି । ପ୍ରସ୍ତାବିତ ସେମିଷ୍ଟାର ପରୀକ୍ଷା ଅଫଲାଇନ ପରିବର୍ତେ ଅନଲାଇନ ମାଧ୍ୟମରେ କରିବାକୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ନୂଆ ପରୀକ୍ଷା ସୂଚୀ ବାବଦରେ ଛାତ୍ରଛାତ୍ରୀଙ୍କୁ ଜଣାଇବେ କର୍ତୃପକ୍ଷ ।

ଛାତ୍ରଛାତ୍ରୀ ସପ୍ତାହକ ମଧ୍ୟରେ ହଷ୍ଟେଲ ଛାଡ଼ି ଘରକୁ ଯାଇପାରିବେ ବୋଲି କର୍ତୃପକ୍ଷ କହିଛନ୍ତି । କ୍ୟାମ୍ପସରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ୩ୟ ବର୍ଷ ଛାତ୍ରଛାତ୍ରୀ ତ୍ରୀବ ଅସନ୍ତୋଷ ପ୍ରକଟ କରିବା ସହ ଅଫଲାଇନ ପରିବର୍ତେ ଅନଲାଇନରେ କରିବାକୁ ଦାବି କରିଥଲେ । ଦାବି ଉପରେ ବିଚାରବିମର୍ଷ ପାଇଁ ଗତକାଲି ସଂଧ୍ୟାରେ ବସିଥିଲା ସିନେଟ ଜରୁରୀ ବୈଠକ । ଏହା ପରେ ଅନଲାଇନ ପରୀକ୍ଷା ପାଇଁ ହୋଇଥିଲା ନିଷ୍ପତ୍ତି ।