କରୋନା ସଂକ୍ରମିତ ପୁରୁଷଙ୍କ ପାଇଁ ବଡ ଖବର, ଜାଣନ୍ତୁ କରୋନା ପରେ କେମିତି ବଦଳୁଛି ପୁରୁଷଙ୍କ ଶାରିରୀକ ସୁସ୍ଥତା ?

29,818

କନକ ବ୍ୟୁରୋ : କରୋନା ମହାମାରୀ ସାରା ବିଶ୍ୱ ପାଇଁ ଏକ ଆତଙ୍କ ଭାବେ ଉଭା ହୋଇଛି । ଏହି ମହାମାରୀ ଫଳରେ ଉଭୟ ପୁରୁଷ ମହିଳା ଓ ଛୋଟପିଲା ସମସ୍ତେ ପ୍ରଭାବିତ ହେଉଛନ୍ତି । ହେଲେ ଏହା ପୁରୁଷମାନଙ୍କର ଶାରିରୀକ ସୁସ୍ଥତା ଉପରେ ସର୍ବାଧିକ ପ୍ରଭାବ ପକାଉଛି ।

କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଚୀନରେ ଆତଙ୍କ ଖେଳାଉଛି । ଏହାରି ମଧ୍ୟରେ ଏହାର ପ୍ରଭାବ ମଧ୍ୟ ଭାରତ ଉପରେ ପଡିବାରେ ଲାଗିଛି । ଏସବୁ ଭିତରେ ପାଟନା, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶର ମଙ୍ଗଲାଗରୀ ତରଫରୁ ଏକ ରିସର୍ଚ୍ଚ କରାଯାଇଥିଲା । ଏହି ରିସର୍ଚ୍ଚର ରିପୋର୍ଟ ମୁତାବକ କରୋନା ମହାମାରୀ ପୁରୁଷମାନଙ୍କ ସ୍ପର୍ମ କ୍ୱାଲିଟି ଉପରେ ବିଶେଷ ଭାବେ ପ୍ରଭାବ ପକାଉଛି । ଏହି ରିସର୍ଚ୍ଚ ସୀମନ ବିଶ୍ଳେଷଣ ଓ ସ୍ପର୍ମ କାଉଣ୍ଟ ଟେଷ୍ଟ ଉପରେ ଆଧାରିତ । ଏହି ଷ୍ଟଡି ପାଟନା ଏମ୍ସରେ କରୋନାରେ ଚିକିତ୍ସିତ ହେଉଥିବା ୪୩ ବର୍ଷର ୩୦ ଜଣ ପୁରୁଷଙ୍କ ଉପରେ ୩୦ ଅକ୍ଟୋବର ୨୦୨୦ ରୁ ୨୦୨୧ ଏପ୍ରିଲ ମାସ ମଧ୍ୟରେ କରାଯାଇଛି ।

ଏନେଇ ପ୍ରଥମେ କରୋନା ସଂକ୍ରମିତର ତୁରନ୍ତ ବାଦ ଟେଷ୍ଟ କରାଯାଇଥିବା ବେଳେ ଦ୍ୱିତୀୟ ଟେଷ୍ଟ କରୋନା ସଂକ୍ରମିତ ହେବାର ୨-୩ମାସ ମଧ୍ୟରେ କରାଯାଇଥିଲା । ଏଥିରେ ସମସ୍ତ ରୋଗୀଙ୍କର ସୀମନ ଏକାଠି କରାଯାଇଥିଲା । ପ୍ରଥମ ସାମ୍ପଲ ସୀମନରେ ସମସ୍ତ ରୋଗୀଙ୍କ ସୀମନ କ୍ୱାଲିଟି ଖରାପ ବୋଲି ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ସାମ୍ପଲ ଟେଷ୍ଟରେ ସମସ୍ତ ରୋଗୀଙ୍କ ସୀମନ ସାମ୍ପଲ ତା ଠାରୁ ମଧ୍ୟ ଖରାପ ଥିଲା ।

ଷ୍ଟଡି ରିପୋର୍ଟ ମୁତାବକ ଜଣେ ପରୁଷ କରୋନା ସଂକ୍ରମିତ ହୋଇ ପୁଣି ସୁସ୍ଥ ହେବାର ୧୦ ସପ୍ତାହ ପରେ ବି ୩୦ ରୁ ୪୦ ପ୍ରତିଶତ ପୁରୁଷଙ୍କ ସ୍ପର୍ମ କାଉଣ୍ଟ ବେଶ୍ କମ ଥିଲା । ସେହିଭଳି ୪୦ ପ୍ରତିଶତ ପୁରୁଷଙ୍କ ମଧ୍ୟରୁ ୧୦ ପ୍ରତିଶତ ପୁରୁଷଙ୍କ ଠାରେ ୧୦ ସପ୍ତାହ ପରେ ମଧ୍ୟ କମ୍ ରହୁଛି । ପାଟନା ଏମ୍ସରେ ଆଡମିଶନ ହୋଇଥିବା ୩୩ ପ୍ରତିଶତ କରୋନା ସଂକ୍ରମିତ ପୁରୁଷଙ୍କ ସୀମନ ସାମ୍ପୁଲର ଭଲ୍ରୁ୍ୟମ ପ୍ରଥମେ ସାମାନ୍ୟ ଥିଲା ।

ସୂଚନା ଥାଉକି ସୀମନ ବିଶ୍ଳେଷଣରେ ସୀମନର ତିନୋଟି ପ୍ରମୁଖ କାରକ ମାପ କରାଯାଇଥାଏ । ଯାହା ମଧ୍ୟରେ ସ୍ପର୍ମର ସଂଖ୍ୟା, ଆକାର ଓ ସ୍ପର୍ମର ଗତିଶୀଳତା ଉପରେ ନଜର ରଖାଯାଏ । କ୍ୟୁରିୟସ ଜର୍ନଲ ଅଫ୍ ମେଡିକାଲ ସାଇନ୍ସର ଷ୍ଟଡି ମୁତାବକ ପ୍ରଥମ ସୀମନ ସାମ୍ପଲିଂରେ ୩୦ ପୁରୁଷଙ୍କ ମଧ୍ୟରୁ ୧୨ ଜଣଙ୍କର ସ୍ପର୍ମ କାଉଣ୍ଟ କମ୍ ମଳିଥିଲା । ଏହାର ୨-୩ ମାସ ପରେ ମଧ୍ୟ ସମାନ ପୁରୁଷଙ୍କ ମଧ୍ୟରୁ ୧୦ ଜଣଙ୍କ ସ୍ପର୍ମ କାଉଣ୍ଟ କମ୍ ରହିଛି । କହିରଖୁ କି ଜଣେ ସାଧାରଣ ୪୦ ବର୍ଷର ପୁରୁଷଙ୍କ ଠାରେ ସୀମନ ଭଲ୍ୟୁମ ୧.୫ ମିଲିଟିରରୁ ୫ ମିଲିଲିଟର ମଧ୍ୟରେ ଥାଏ । ହେଲେ କୋଭିଡ ଆକ୍ରାନ୍ତ ପୁରୁଷଙ୍କ ଠାରେ ଏହା ୧.୫ ମିଲିଲିଟରରୁ କମ୍ ରହୁଛି ।

ସେହିଭଳି ପ୍ରଥମ ସୀମନ ସାମ୍ପଲିଂ ବେଳେ ଜଣାପଡିଛି କି ଷ୍ଟଡିରେ ଭାଗ ନେଇଥିବା ୩୦ ଜଣ ପୁରୁଷଙ୍କ ମଧ୍ୟରୁ ୨୬ ଜଣ ପୁରୁଷଙ୍କ ସୀମନ ପତଳା ରହିଛି । ୨୯ ଜଣଙ୍କ ସ୍ପର୍ମ କାଉଣ୍ଟ କମ ଓ ୨୨ ଜଣଙ୍କ ଠାରେ ସ୍ପର୍ମର ଗତିଶୀଳତା ପ୍ରଭାବିତ ହୋଇଛି । ହେଲେ ସମାନ ପୁରୁଷଙ୍କ ୨-୩ ମାସ ପରେ ନିଆଯାଇଥିବା ସାମ୍ପଲ ଟେଷ୍ଟ ବେଳେ ଏଥିରେ ସାମାନ୍ୟ ସୁଧାର ଆସିଥିବା ଷ୍ଟଡି ରିପୋର୍ଟ କହିଛି ।