ଦୀପ ଦୋକାନକୁ ନା । ଏଥର ଭୁବନେଶ୍ୱର ରାସ୍ତାକଡରେ ଖୋଲିବନି ଦୀପ ଦୋକାନ । ବିଏମସି ପକ୍ଷରୁ କଟକଣା ।

306

କନକ ବ୍ୟୁରୋ: ରାସ୍ତାକଡରେ ଦୀପ ଦୋକାନକୁ ନା । ଦୀପାବଳିରେ ଖୋଲିବନି ଦୀପ ଦୋକାନ । ରାଜଧାନୀ ରାସ୍ତା କଡରେ ଏଥର ଖୋଲିବନି ଦୀପ ଦୋକାନ । ଭୁବନେଶ୍ୱରରେ ନିର୍ଦ୍ଧାରିତ ସ୍ଥାନରେ ଦୀପ ଦୋକାନ ଖୋଲିବାକୁ ଦିଆଯିବ ଅନୁମତି । ରାସ୍ତା କଡେ ଦୀପ ଦୋକାନ ବନ୍ଦ ନେଇ ବିଏମସି ଜାରି କଲା ନିର୍ଦ୍ଦେଶାବଳୀ ।

ତେବେ ରାସ୍ତାକଡେ ଦୀପ ଦୋକାନ ଖୋଲା ଅଛି ନା ବନ୍ଦ ତାହା ଯାଞ୍ଚ କରିବ ବିଏମସିର ୫ଟି ସ୍କ୍ୱାର୍ଡ । ତେବେ ଗତକାଲି ବାଣ ବିକ୍ରିକୁ ନିଷେଧ କରିଛନ୍ତି ସରକାର । ରାଜ୍ୟର କୌଣସି ବି ସ୍ଥାନରେ ଫୁଟିବନି ବାଣ । ବିକ୍ରି ଉପରେ ମଧ୍ୟ ଲଗାଯାଇଛି କଣକଣା । ନଭେମ୍ବର ୧୦ରୁ ୩୦ ଯାଏଁ ବାଣ କଟକଣା ରହିଛି । ନିୟମ ନମାନିଲେ ହେବ କାର୍ଯ।।ନୁଷ୍ଠାନ ।