୨୦୧୯ ପାଇଁ ବିଜେଡିର ସୋସିଆଲ ମିଡିଆ ଅସ୍ତ୍ର! ଆରମ୍ଭ ହେଲା ନବୀନଙ୍କ ସହ ସେଲଫି କାର୍ଯ୍ୟକ୍ରମ, ଜାଣନ୍ତୁ କିଭଳି ମୁଖ୍ୟମନ୍ତ୍ରୀଙ୍କ ସହ ନେଇପାରିବେ ସେଲଫି

Advertisment
୨୦୧୯ ପାଇଁ ବିଜେଡିର ସୋସିଆଲ ମିଡିଆ ଅସ୍ତ୍ର! ଆରମ୍ଭ ହେଲା ନବୀନଙ୍କ ସହ ସେଲଫି କାର୍ଯ୍ୟକ୍ରମ, ଜାଣନ୍ତୁ କିଭଳି ମୁଖ୍ୟମନ୍ତ୍ରୀଙ୍କ ସହ ନେଇପାରିବେ ସେଲଫି

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେଲଫି ନେବା ପାଇଁ ନୂଆ ଆପ୍ ଆଣିଛି ଦଳର ଆଇଟି ୱିଙ୍ଗ୍ସ୍ । ଏହା ସହ ମୋ ନବୀନ ମୋ ଘରେ କାର୍ଯ୍ୟକ୍ରମ ମାଧ୍ୟମରେ ଆଇଟି ସେଲର କର୍ମକର୍ତା ପ୍ରତି ଘରେ ବୁଲିବେ ବୋଲି ନିଷ୍ପତି ନେଇଛି ବିଜେଡି । ଦଳର ଆଇଟି କନକ୍ଲେଭରେ ୩୦୦ କଲେଜ ଛାତ୍ରଛାତ୍ରୀଙ୍କୁ ବିଜେଡି ଦଳୀୟ କାର୍ଯ୍ୟାଳୟରେ ଉଦବୋଧନ ଦେଇଛନ୍ତି ନବୀନ ଏବଂ ସେମାନଙ୍କ ଆଗରେ ବଖାଣିଛନ୍ତି ବିଜୁବାବୁଙ୍କ ଆଦର୍ଶ କଥା ।

ସୋସିଆଲ ମିଡିଆ କ୍ୟାମ୍ପେନକୁ ଜୋରଦାର କରିବା ପାଇଁ ବିଜେଡି ଆରମ୍ଭ କରିଛି ନବୀନଙ୍କ ସହ ସେଲଫି କାର୍ଯ୍ୟକ୍ରମ । ଏହା ସହ ଆରମ୍ଭ ହୋଇଛି ମୋ ନବୀନ ମୋ ଘରେ କ୍ୟାମ୍ପେନ୍ । ଆଜି ଦଳୀୟ କାର୍ଯ୍ୟାଳୟରେ ବିଜେଡି ଆଇଟି ସେଲର ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଛାତ୍ର ଜନତା ଦଳ କର୍ମକର୍ତାଙ୍କ ସହ ସେଲଫି ନେଇଛନ୍ତି ନବୀନ ।

publive-imageଲୋକଙ୍କ ସହ ନିକଟତର ହେବାକୁ ବିଜେଡି ଆରମ୍ଭ କରିଛି ଅଭିନବ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଯେଉଁମାନେ ସେଲଫି ଉଠାବାକୁ ଚାହୁଁଥିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆଣ୍ଡ୍ରଏଡ୍ ଭର୍ସନ ବ୍ୟବସ୍ଥା କରିଛି ବିଜେଡି ଆଇଟି ସେଲ୍ । ଏହି କାର୍ଯ୍ୟକ୍ରମରେ ଘରେ ଘରେ ବୁଲିବେ ବିଜେଡି ଆଇଟି ସେଲ୍ କର୍ମକର୍ତା । ନବୀନଙ୍କ ସହ ଫଟୋ ଉଠାଇବାକୁ ଚାହିଁବେ, ସେମାନେ ଫଟୋ ଉଠାଇପାରିବେ । ଆଉ ସାଂଗେ ସାଂଗେ ତା’ର ଫଟୋ କପି ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଦିଆଯିବ । ସେହିପରି ସମସ୍ତ ଜିଲ୍ଲା ଦଳୀୟ କାର୍ଯ୍ୟାଳୟକୁ ଯାଇ ମଧ୍ୟ ଛାତ୍ରଛାତ୍ରୀ, ବିଜେଡି କର୍ମୀ ଓ ଯେକୌଣସି ବ୍ୟକ୍ତି ଯାଇ ନବୀନଙ୍କ ସହ ସେଲଫି ନେଇପାରିବେ । ସେଠାରୁ ଫଟୋ କପି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ ।

୨୦୧୯ ନିର୍ବାଚନ ଯେତିକି ପାଖେଇ ଆସିଛି, ପ୍ରତିଯୋଗିତା ସେତିକି ତୀବ୍ର ହେବାରେ ଲାଗିଛି । ସୋସିଆଲ୍ ମିଡିଆରେ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି । ନୂଆ ଭୋଟର ତାଲିକାରେ ଅଧିକାଂଶ ଯୁବକ ଯୋଡି ହୋଇଥିବାରୁ ଏହିମାନେ ଏବେ ବିଜେଡିର ଫୋକସରେ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe