କନକ ବ୍ୟୁରୋ : ସେଲଫି ନେବା ହେଲା କାଳ । ଖଣ୍ଡାଧାର ଜଳପ୍ରପାତରେ ଖସି ପଡ଼ିଲେ ଯୁବକ । ଲେପା ମୁର୍ମୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ଆଜି ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଯୁବକ ଜଣଙ୍କ କାଲଟା ଅଞ୍ଚଳର ବୋଲି ଜଣାପଡ଼ିଛି । ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ ଲେପା ମୁର୍ମୁ । ଉପର ଖଣ୍ଡାଧାରରେ ରହି ସେଲଫି ନେଉଥିଲେ । ଏହି ସମୟରେ ୨୦୦ ମିଟର ତଳକୁ ଖସିପଡ଼ିଥିଲେ ।

Advertisment