ଘର ଅଗଣାର କୁଣ୍ଡରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ମହିଳା । ବାୟୋଫ୍ଲୋକ୍ସ ଜରିଆରେ ସଫଳତା ପାଇଛନ୍ତି ମହାକାଳପଡାର ସସ୍ମିତା । ଆଗ୍ରହୀ ଯୁବଗୋଷ୍ଠୀ ପାଇଁ ସାଜିଛନ୍ତି ପ୍ରେରଣା

483

କନକ ବ୍ୟୁରୋ : ବାୟୋଫ୍ଲୋକ୍ ପଦ୍ଧତିରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଜଣେ ମହିଳା । ଘର ଅଗଣାରେ ତିନୋଟି କୁଣ୍ଡ ପ୍ରତିଷ୍ଠା କରି ମାଛ ଚାଷ କରିବା ସହିତ ରୋଜଗାର କରୁଛନ୍ତି ଲକ୍ଷାଧୀକ ଟଙ୍କା  । ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକ ଏବଂ ଗ୍ରାମବାସି ବେଶ୍ ଖୁସିଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆଗ୍ରହୀ ଯୁବକ ଯୁବତି ଏବଂ ମାଛ ଚାଷିମାନେ ଆସି ଚାଷ କରିବାର ପଦ୍ଧତି ପଚାରି ବୁଝିବା ସହିତ ଏହି ପଦ୍ଧତିରେ ମାଛ ଚାଷ କରିବା ପାଇଁ କରୁଛନ୍ତି ଆଗ୍ରହ ପ୍ରକାଶ  ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କୋଚିଳା ଗ୍ରାମର ସସ୍ମିତା ସ୍ୱାଇଁ । ଜଣେ ଗୃହୀଣି ହୋଇଥିଲେ ମଧ୍ୟ ନିଜ ଗୋଡରେ ଛିଡା ହେବା ସହିତ ଆତ୍ମନିର୍ଭରଶୀଳ ହୋଇ ଦୁଇ ପଇସା ରୋଜଗାର କରିବା ନିଶା ତାଙ୍କୁ ଦେଇଛି ସଫଳତା  । ସସ୍ମିତା ନିଜ ଘର ଅଗଣାରେ ବାୟୋଫ୍ଲୋକ୍ ପଦ୍ଧତିରେ ମାଛ ଚାଷ କରି ବାର୍ଷିକ ରାଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା  । ତିନୋଟି କୁଣ୍ଡ ପ୍ରତିଷ୍ଠା କରିବା ସହିତ ଏଥିରେ ଦେଶି କଉ , ଜାପାନି କରାଣ୍ଡି ଏବଂ ତେଲାପିଆ ପ୍ରଜାତିର ମାଛ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବା ସହିତ ନିଜ ପରିବାରର ଆର୍ଥିକ ସ୍ଥିତିକୁ ମଜବୁତ କରିପାରିଛନ୍ତି  ।

ଦିନସାରା ଘର କାମରେ ବ୍ୟସ୍ତ ରହିଲେ ମଧ୍ୟ ସମୟ ବାହାର କରି ମାଛ ମାନଙ୍କୁ ଦାନା ଦେବା ଦେବାଠାରୁ ଆରମ୍ଭ କରି ବାୟୋଫ୍ଲୋକ କୁଣ୍ଡର ରକ୍ଷଣାବେକ୍ଷଣ କାର୍ଯ୍ୟରେ ସମୟ ଦେଇଥାନ୍ତି  । ଜିଲ୍ଲା ବାହାରୁ ଯୁବକ ଯୁବତି ଏବଂ ଆଗ୍ରହୀ ମାଛ ଚାଷି ମାନେ ଆସି ସସ୍ମିତାଙ୍କ  ନିକଟରୁ ଚାଷ ସମ୍ବନ୍ଧରେ ପଚାରି ବୁଝିବା ସହିତ ସେମାନେ ମଧ୍ୟ ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି  ।

ସସ୍ନିତା ଘର ଅଗଣାରେ ଖାଲି ପଡିଥିବା ଜାଗାରେ ପ୍ରଥମେ ବାୟୋଫ୍ଲୋକ୍ ପଦ୍ଧତିରେ ମାଛ ଚାଷ କରିବା ପାଇଁ ମନସ୍ଥ କରିଥିଲେ  । ଏହାପରେ ଜିଲ୍ଲା ମତ୍ସ୍ୟ ବିଭାଗର ଅଧୀକାରିମାନଙ୍କ ସହିତ ଯୋଗାଯୋଗ କରିବାପରେ ବିଭାଗ ପକ୍ଷରୁ ତାଙ୍କୁ ତାଲିମ ଦିଆଯାଇଥିଲା  । ଏହି ତାଲିମ ପାଇବାପରେ ସେ ପ୍ରଥମେ ପ୍ରାୟ ୧ ଲକ୍ଷ  ୫୦ ହଜାର ଖର୍ଚ୍ଚ କରି ୩ ଟି କୁଣ୍ଡ ଲଗାଇଥିଲେ  ।  ଗୋଟିଏ କୁଣ୍ଡ ପ୍ରତିଷ୍ଠା କରିବାକୁ ୩୦ ରୁ ୪୦ ହଜାର ଟଙ୍କ ଖର୍ଚ୍ଚ ହେଉଥିବା ବେଳେ ବର୍ଷକୁ ୩ ରୁ ୪ ଥର ମାଛ ଉତ୍ପାଦନ ହୋଇଥାଏ  ।

ଏହି କୁଣ୍ଡରେ ନିରବଛିନ୍ନ ଜଳ ଏବଂ ଅକ୍ସିଜେନ୍ ସହିତ ଆବଶ୍ୟକତା ଅନୁସାରେ େଓ÷ଷଧ ଯୋଗାଣ କରିବା ସହିତ ଠିକଣା ସମୟରେ ଦାନା ଦେବାକୁ ହୋଇଥାଏ  । କୁଣ୍ଡର ଉଚ୍ଚତା ୪ ଫୁଟ ହୋଇଥିବା ବେଳେ ଗୋଲେଇ ୪ ମିଟର ଚଉଡା ହୋଇଥାଏ  । ଗୋଟିଏ କୁଣ୍ଡରୁ ୫ ରୁ ୭ କୁଇଁଟାଲ ମାଛ ଉତ୍ପାଦନ ହେଉଥିବା ବେଳେ ଥରକେ ୫୦ ରୁ ୬୦ ହଜାର ଟଙ୍କାର ମାଛ  ବାହାରିଥାନ୍ତି ସସ୍ମିତା ବାର୍ଷିକ ହାରାହାରି ୩ ରୁ ୪ ଲକ୍ଷ ଟଙ୍କା ସମସ୍ତ ଖର୍ଚ୍ଚବାର୍ଚ୍ଚ ଯାଇ ରୋଜଗାର କରିଥାନ୍ତି  ।

ବାୟୋଫ୍ଲୋକ୍ ମାଧ୍ୟମରେ ମାଛ ଚାଷ କରି ସସ୍ମିତା ସଫଳତା ପାଇବାସହିତ ସ୍ତାନିୟ ଅଂଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି  । ଭଲ ଦୁଇପଇସା ରୋଜଗାର କରି ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କ ପାଇଁ  ପାଲଟିଛନ୍ତି ପ୍ରେରଣାର ଉତ୍ସ   ।

ତାଲିମ ପାଇବାପରେ ପ୍ରଥମେ ପ୍ରାୟ ୧ ଲକ୍ଷ  ୫୦ ହଜାର ଖର୍ଚ୍ଚ କରି ୩ ଟି କୁଣ୍ଡରେ ଚାଷ ଆରମ୍ଭ କଲେ

-ଗୋଟିଏ କୁଣ୍ଡ ପ୍ରତିଷ୍ଠା କରିବାକୁ ୩୦ ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ

-ବର୍ଷକୁ ୩ ରୁ ୪ ଥର ମାଛ ଉତ୍ପାଦନ ହୋଇଥାଏ

-ଏହି କୁଣ୍ଡରେ ନିରବଛିନ୍ନ ଜଳ ଏବଂ ଅକ୍ସିଜେନ୍ର ଆବଶ୍ୟକତା ରହିଛି

-ଏଥିସହ ଓ୍ୟଷଧ ଓ ଦାନା ଠିକ୍ ସମୟରେ ଦେବାକୁ ପଡିଥାେ 

-କୁଣ୍ଡର ଉଚ୍ଚତା ୪ ଫୁଟ ହୋଇଥିବା ବେଳେ ଗୋଲେଇ ୪ ମିଟର ଚଉଡା 

– ଗୋଟିଏ କୁଣ୍ଡରୁ ୫ ରୁ ୭ କୁଇଁଟାଲ ମାଛ ଉତ୍ପାଦନ ହୋଇଥାଏ

– ଥରକେ ୫୦ରୁ୬୦ ହଜାର ଟଙ୍କାର ମାଛ  ବାହାରିଥାଏ

-ଏହି ଚାଷ କରି ସସ୍ମିତା ବାର୍ଷିକ ହାରାହାରି ୩ ରୁ ୪ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି