କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଛି ସାରଥୀଙ୍କୁ ପୂଜାର୍ଚ୍ଚନା ଓ ସତସଙ୍ଗର ଚିତ୍ର । କେନ୍ଦ୍ରପଡ଼ା ବାରିମୂଳରେ ଆତ୍ମଘୋଷିତ ବାବା ସାରଥୀଙ୍କ ଚର୍ଚ୍ଚା ଏବେ ବି କମି ନାହିଁ । ସେପଟେ ଜଗତସିଂହପୁର ଜିଲ୍ଲା ଭୂତମୁଣ୍ଡାଇ ପଞ୍ଚାୟତର ମଧୁର ଗଣ୍ଡ ଗାଁରେ ସାରଥୀଙ୍କ ପୂଜାର୍ଚ୍ଚନା କରାଯାଉଛି ।

Advertisment

ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ବେଳେ ସରଥୀଙ୍କ ଫଟୋକୁ ରଖି ତାଙ୍କ ଅନୁଗାମୀମାନେ ପୂଜା କରିଛନ୍ତି । ସେପଟେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକରୁ ମଧ୍ୟ ସମାନ ଦୃଶ୍ୟ ଆସିଛି । ଜାମୁଝାଡ଼ି ଠାରେ ସାରଥୀଙ୍କ ଭକ୍ତମାନେ ତାଙ୍କ ଫଟୋ ରଖି ନନ୍ଦ ଉତ୍ସବ ପାଳନ କରିଛନ୍ତି । ଏଥିରେ ବାଲେଶ୍ୱର ଓ ଭଦ୍ରକର ବହୁ ସାରଥୀ ଭକ୍ତ ଯୋଗ ଦେଇଥିଲେ ।