କନକ ବ୍ୟୁରୋ : କିଛିଦିନ ତଳେ ନିଜକୁ ନିଜେ ବିବାହ କରି ଚର୍ଚ୍ଚାକୁ ଆସିଥିବା ଗୁଜରାଟ ବଡୋଦରାର କ୍ଷମା ବିନ୍ଦୁ ଏବେ ନିଜ ସହର ଛାଡିବାକୁ ବାଧ୍ୟ ହୋଇଛନ୍ତି । କେବଳ ସେତିକି ନୁହେଁ ସେ ଆତ୍ମ ବିବାହ କରିବା ପରେ ଏଭଳି ପରିସ୍ଥିତି ଦେଖାଦେଇଥିଲା କି ଶେଷରେ ସେ ଚାକିରି ବି ଛାଡି ସାରିଛନ୍ତି । ଅନ୍ୟପଟେ ଆତ୍ମ ବିବାହ କରିବା ପରେ ସେ ରହୁଥିବା ଭଡାଘରର ମାଲିକ ତାଙ୍କୁ ଘରୁ ମଧ୍ୟ ବାହାର କରିଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏନେଇ କ୍ଷମା ବିନ୍ଦୁ କହିଛନ୍ତି କି, ସାମାଜିକ ଚାପ ପଡିବାରୁ ଘର ମାଲିକ ତାଙ୍କୁ ଘର ଖାଲି କରିବାକୁ କହିଥିଲେ । ଏହାପରେ କ୍ଷମା ଘର ଖାଲି କରିବା ସହ ଚାକିରି ସହ ବଡୋଦରା ସହର ଛାଡି ପଳାଇ ଯାଇଛନ୍ତି । ହେଲେ ସେ କେଉଁ ସହରରେ ରହୁଛନ୍ତି ତାହା କହିବାକୁ ସେ ରାଜି ହୋଇ ନାହାଁନ୍ତି ।
କହିରଖୁ କି କ୍ଷମା ବିନ୍ଦୁ ଜୁନ ୧୧ ତାରିଖରେ ନିଜକୁ ନିଜେ ବିବାହ କରିଥିଲେ । ହେଲେ ଏହା ହିନ୍ଦୁ ଧର୍ମର ପ୍ରାବଧାନ ନୁହେଁ ବୋଲି କହି କିଛି ଲୋକ ଏହାର ବିରୋଧ କରିଥିଲେ । ହେଲେ କ୍ଷମା ବିନ୍ଦୁ କାହାରି କଥାକୁ ଖାତର ନକରି ନିଜ ନିଷ୍ପତ୍ତି ମୁତାବକ ବିନା ବରରେ ସାତଫେରା ନେଇଥିଲେ ।
କ୍ଷମା ବିନ୍ଦୁ ବଡୋଦରାର ଏକ ମନ୍ଦିରରେ ହିନ୍ଦୁ ରୀତି ନୀତିରେ ବିବାହ କରିଥିଲେ । ଏହି ବାହାଘରରେ ବର କି ପଣ୍ଡିତ କେହି ନଥିଲେ ବି କ୍ଷମାଙ୍କ ପରିବାର ଲୋକ ଓ କିଛି ସାଙ୍ଗ ସାଥି ଉପସ୍ଥିତ ଥିଲେ । କୁହାଯାଉଛି କି ଦେଶରେ ଏଭଳି ଆତ୍ମ ବିବାହ କରିବାର ଏହା ପ୍ରଥମ ଘଟଣା ।