କନକ ବ୍ୟୁରୋ: ବିଶ୍ୱବିଦ୍ୟାଳୟରୁ ହଟିଯିବ ସେଲଫ ଫାଇନାନ୍ସିଂ କୋର୍ସ । ସେଲଫ ଫାଇନାନ୍ସିଂ କୋର୍ସରେ କଟକଣା ଲଗାଇଲେ ସରକାର । ୨୦୨୨-୨୩ ଶିକ୍ଷାବର୍ଷଲାଗି ଉକ୍ରଳ ସମେତ ରେଭେନ୍ସା ଓ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ପଦକ୍ଷେପ ନେଇଛନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ପାଖଶପାଖି ୮ଟି ପାଠ୍ୟକ୍ରମରେ ତାଲା ପକାଇବାକୁ ନିସ୍ପତି ନେଇଛନ୍ତି । ଯେଉଁଥିରେ ପିଜି, ୟୁଜି ଓ ସାର୍ଟିଫିକେଟ୍ କୋର୍ସ ରହିଛି । କିଛି ସେଲଫ ଫାଇନାନ୍ସିଂ ବିଭାଗର ସିଟ୍ ସଂଖ୍ୟାକୁ ହ୍ରାସ କରିବାକୁ ନିସ୍ପତି ନିଆଯାଇଛି ।

Advertisment

ରେଭେନ୍ସା ବିଶ୍ୱବିଦ୍ୟାଳୟ ମଧ୍ୟ ଅନୁରୁପ ଭାବେ ସମୁଦାୟ ସିଟ୍ର ୨୦ ପ୍ରତିଶତ ତର୍ଜମା କରି ସେଲଫ ଫାଇନାନ୍ସିଂ ପାଠ୍ୟକ୍ରମର ସିଟ୍ ହଆସ କରିବାକୁ ରୁପରେଖ ପ୍ରସ୍ତୁତ କରିଛି । ମାତ୍ର ବାରିପଦାସ୍ଥିତ ଏମଏସସିଡ଼ି ବିଶ୍ୱବିଦ୍ୟାଳୟ ଏହି କଟକଣା ଲାଗୁ କରିବା ଲାଗି ଅଧିକ ଗାଟିଏ ବର୍ଷ ସମୟ ମାଗିଛନ୍ତି । ସେପଟେ ଉକ୍ରଳ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ସମେତ ଚଣ୍ଡିଖୋଲ ସ୍ଥିତ ରୁରାଲ କ୍ୟାମ୍ପସରେ ଥିବା ସେଲଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ ହେବ । ନିଆଯାଇଥିବା ନିଷ୍ପତି ଅନୁଯାୟୀ ବିଏସସି ନର୍ସିଂ, ରୁରାଲ ଡ଼େଭଲପମେଂଟ, ମାଷ୍ଟର ଇନ୍ ସୋସିଆଲ ସାଇନ୍ସ, ଏମଟେକ୍ କମ୍ପୁଟର ସାଇନ୍ସ, ରିମୋଟ ସେନ୍ସିଂ ପାଠ୍ୟକ୍ରମ ସହ ସଂସ୍କୃତ ସାର୍ଟିଫିକେଟ୍ ପାଠ୍ୟକ୍ରମକୁ ବନ୍ଦ କରାଯିବ ।