ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୩ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ

Advertisment
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୩ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ

କନକ ବ୍ୟୁରୋ: ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣରେ  ୩ଜଣ ପ୍ରାଣ ହରାଇଥିବାବେଳେ ୨୦ଜଣ ଆହତ ହୋଇଛନ୍ତି।  ପାକିସ୍ତାନର କୁଏଟ୍ଟାରେ ମୋଟର ସାଇକେଲରେ ଆସି ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରଣ କରିବା ପରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ପାକିସ୍ତାନର ତେହେରିକ-ଇ-ତାଲିବାନ (ଟିଟିପି) ନିଜକୁ ଦାୟୀ କରିଛି।publive-image

ସୂଚନା ମୁତାବକ, ବେଲୁଚିସ୍ତାନର ରାଜଧାନୀ କୁଏଟ୍ଟାଠାରୁ ପ୍ରାୟ ୨୫କିଲୋମିଟର ଦୂରରେ ଥିବା କୁଏଟ୍ଟା-ମାସ୍ତୁଙ୍ଗ ରୋଡର ପାରାମିଲିଟାରୀ ଫ୍ରଣ୍ଟିଅର୍ କର୍ପସ ଦ୍ୱାରା ପରିଚାଳିତ ଏକ ଚେକପଏଣ୍ଟରେ ଏହି ବିସ୍ଫୋରଣ ଘଟିଛି। ପୁଲିସ କହିଛି ଯେ, ଆତ୍ମଘାତୀ ବିସ୍ଫୋରଣକାରୀ ତାଙ୍କ ମୋଟରସାଇକେଲକୁ ଚେକପୋଷ୍ଟରେ ଥିବା ଆଇନ ପ୍ରଣୟନକାରୀ ସଂସ୍ଥାର ଗାଡି ଉପରେ ଚଢ଼ାଇ ଦେଇଥିଲେ। ଏହି ଆକ୍ରମଣରେ ତିନିଜଣ ପାରାମିଲିଟାରୀ ଗାର୍ଡଙ୍କ ମୃତ୍ୟୁ ଘଟିଛି।ଏହି ଘଟଣା ଉପରେ ଟୁଇଟ କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୃତ ଗାର୍ଡଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଆହତଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe