କନକ ବ୍ୟୁରୋ : ପ୍ରତିଶୋଧ ପରାୟଣ ହୋଇଉଠିଛି ତାଲିବାନ୍ । ଆଫଗାନିସ୍ତାନ କାବୁଲ ସ୍ଥିତ ପ୍ରତିରକ୍ଷା ମନ୍ତ୍ରୀଙ୍କ ବାସଭବନ ନିକଟରେ ତାଲିବାନ କରିଛି ଆତ୍ମଘାତୀ ବିସ୍ଫୋରଣ, ଫଳରେ ପ୍ରାଣ ହରାଇଛନ୍ତି ୮ଜଣ ସାଧାରଣ ନାଗରିକ ୨୦ରୁ ଉଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ କିଛି ସୁରକ୍ଷା କର୍ମୀ ଥିବା ଜଣାପଡିଛି । ଏହି ଆକ୍ରମଣ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ବିସମିଲ୍ଲା ଖାନ୍ ମୋହମ୍ମଦିଙ୍କୁ ଟାର୍ଗେଟ କରି ହୋଇଥିଲା । କିନ୍ତୁ ଗେଷ୍ଟ ହାଉସରେ ସେହି ସମୟରେ ମନ୍ତ୍ରୀ ନଥିବାବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ ତାଙ୍କ ପରିବାର ।

Advertisment

 publive-imageଏହି ଆକ୍ରମଣ ପାଇଁ ସଂଗଠନର ମୁଖପାତ୍ର ହବିବୁଲ୍ଲା ମୁଜାହିଦ୍ ନିଜକୁ ଦାୟୀ କରିଛି । ତାଲିବାନ ସଙ୍ଗଠନ ଉପରେ ଆଫଗାନୀ ସେନାର ଆକ୍ରମଣର ଏହା ପ୍ରତିଶୋଧ ବୋଲି କହିଛି ହବିବୁଲ୍ଲା ମୁଜାହିଦ୍ । ଯଦି ଆଫଗାନ୍ ସେନା ନିଜଆଡୁ ଅପରେସନ୍ ବନ୍ଦ ନକରେ ତେବେ ଅବସ୍ଥା ଆହୁରି ଗୁରୁତର ହେବ ବୋଲି ତାଲିବାନ ପକ୍ଷରୁ ଚେତାବନୀ ଦିଆଯାଇଛି ।