ଏୟାର ଷ୍ଟ୍ରାଇକ୍ ପରେ ଚିହିଁକି ଉଠିଛି ପାକିସ୍ତାନ । ଭାରତ ଉପରେ ଆକ୍ରମଣ କରିବାକୁ ଉଦ୍ୟମ, ସୀମାରେ ୫୧୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍ । 

208

କନକ ବ୍ୟୁରୋ: ମୋତେ ଯେତେ ମାଠିବୁ ମାଠେ ମୁଁ ସେଇ ଦର ପୋଡ଼ା କାଠ । ଏହି ଉକ୍ତି ପ୍ରକୃତରେ ଏବେ ପାକିସ୍ତାନ ପାଇଁ ପ୍ରଯୁର୍ଯ୍ୟ ବୋଲି କୁହାଯାଉଛି । କାରଣ ନିକଟରେ ପାକିସ୍ତାନରେ ଭାରତୀୟ ସେନା ପଶି ବାଲାକୋଟରେ ଏୟାର୍ ଷ୍ଟ୍ରାଇକ୍ କରିବା ପରଠାରୁ ଚିହିଁକି ଉଠିଛି ପାକିସ୍ତାନ । ଯେଉଁଥି ପାଇଁ ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାଠାରେ ୫୧୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଲାଣି ପାକିସ୍ତାନ ।  ଏନେଇ ଲ୍ୟୁଟେନାଣ୍ଟ୍ ଜେନେରାଲ୍ ପରମଜିତ୍ ସିଂହ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି କି ‘ଗତ ଦେଢ଼ ମାସ ଭିତରେ ପାକିସ୍ତାନ ସୀମାରେ ବାରମ୍ବାର ଉଲଂଘନ କରୁଥିବା ଅଭିଯୋଗ କରିଛନ୍ତି ପରମଜିତ୍ ।

ଅନ୍ୟପଟେ ଗତ ଫେବୃୟାରୀ ୧୪ ତାରିଖରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଭାରତ ସୀମରେ ପଶି ପୁଲୱାମା ଠାରେ ଆକ୍ରମଣ କରିବା ଦ୍ୱାରା ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ଯାହାର ପାଲଟା ଜବାବ ଦେଇଥିଲା ଭାରତୀୟ ସେନା । ଆଉ ଦେଶବାସୀଙ୍କ ମଧ୍ୟରେ ଜଳୁଥିବା କ୍ରୋଧର ଠିକ୍ ୧୨ ଦିନ ମଧ୍ୟରେ ପାକ୍ ସୀମାରେ ପଶି ଏୟାର୍ ଷ୍ଟ୍ରାଇକ୍ କରି ପ୍ରାୟ ୩୦୦ ଆତଙ୍କବାଦୀଙ୍କୁ ନିପାତ କରିଥିଲା  । ଏହା ପରଠାରୁ ହିଁ ସୀମାରେ ତୀବ୍ର ବିବାଦ ଲାଗି ରହିଛି । ଆଉ ପାକିସ୍ତାନ ମଧ୍ୟ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରିବାରେ ଲାଗିଛି । ଏପରିକି ପାକ୍ ପ୍ରାୟ ୧୦୦ ଥର ଭାରତ ଉପରେ ଖୁବ୍ ଭାରୀ ଅସ୍ତ୍ର ପ୍ରୟୋଗ କରି ଆକ୍ରମଣ ଉଦ୍ୟମ କରିଛି ବୋଲି ସୂଚନା ମିଳିଛି ।