କନକ ବ୍ୟୁରୋ: କରମଣ୍ଡଳ ଦୁର୍ଘଟଣା କେତେ ଯେ, ଲୋକଙ୍କ ଘର ଉଜାଡି ଦେଇଛି ସେକଥା କହିବା ସମ୍ଭବ ନୁହେଁ । ସେହନାଜ ବିବି, ବାଲେଶ୍ୱର ଷ୍ଟେସନରେ ପହଞ୍ଚିଛନ୍ତି । ସ୍ୱାମୀ ମହମ୍ମଦଙ୍କ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଏବେ କ୍ଷତିପୂରଣ ଟଙ୍କା ପାଇଁ ବାଲେଶ୍ୱର ଷ୍ଟେସନରେ ପହଞ୍ଚିଛନ୍ତି । ମହମ୍ମଦ ଫିର୍ଦୋସ, ପଶ୍ଚିମବଙ୍ଗ ମେଦିନାପୁରରୁ କରମଣ୍ଡଳ ଟ୍ରେନ୍ରେ ଚେନ୍ନାଇ ଯାଉଥିଲେ । ଘରର ଆର୍ଥିକ ସ୍ଥିତି ଖରାପ ଥିବାରୁ ଚେନ୍ନାଇରେ କାମ କରୁଥିଲେ । ଆଉ କରମଣ୍ଡଳ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି ।

Advertisment

ଗତକାଲି ସ୍ୱାମୀଙ୍କ ମୃତଦେହ ନେଇ ନିଜ ଗାଁରେ କବର ଦିଆସରଛି । ଆଉ ଆଜି ଆର୍ଥିକ ସହାୟତା ପାଇଁ ନିଜ ଦୁଇ କୁନିକୁନି ପିଲାଙ୍କୁ ଧରି ବାଲେଶ୍ୱରରେ ପହଁଞ୍ଚିଛନ୍ତି । ସହାୟତା ରାଶି ସିନା ମିଳିଛି, ହେଲେ କିପରି ପିଲାଙ୍କୁ ମଣିଷ କରିବେ ସେନେଇ ଚିନ୍ତାରେ ଏବେ ସେହେନାଜ ବିବି ।