କନକ ବ୍ୟୁରୋ: ସାଉଦିଆରବରୁ ଭାରତ ପଳାଇଆସିଥିବା ପାକିସ୍ତାନ ମହିଳା ସୀମା ହାଇଦରଙ୍କୁ ଏଟିଏସ୍ ଜେରା କରିବା ସମୟରେ ବାହାରୁଛି ଅନେକ ଆଶ୍ଚର୍ଯ୍ୟ କରିବା ଭଳି ସତ । ତାଙ୍କ ପାଖରେ ୪ ଟି ମୋବାଇଲ ଥିବାବେଳେ ଏଥିରୁ ଅନେକ ଡାଟା ଡିଲିଟ୍ ହୋଇଛି । କେବଳ ଏତିକି ନୁହେଁ ସଚିନଙ୍କ ପୂର୍ବରୁ ସେ ଦିଲ୍ଲୀର ଏକାଧିକ ଯୁବକଙ୍କ ସହ ସମ୍ପର୍କରେ ଥିଲେ । ଏକଥା ନିଜେ ସୀମା ସ୍ୱୀକାର କରିଥିବା ଜଣାପଡିଛି ।

Advertisment

ଉତ୍ତରପ୍ରଦେଶ ଏଟିଏସ୍‌ ସୀମା ଏବଂ ସଚିନଙ୍କର ଅଲଗା ଅଲଗା ଜେରା କରୁଛି। ସୋମବାର ଦିନ ଏଟିଏସ୍‌ ସୀମା ହାଇଦରଙ୍କୁ ଇଂରାଜିର କିଛି ଧାଡ଼ି ପଢ଼ାଇଥିବା ବେଳେ ସୀମା ଖାଲି ପଢ଼ିନଥିଲେ, ବରଂ ତାଙ୍କ ଉଚ୍ଚାରଣ ବି ଖୁବ୍‌ ସ୍ପଷ୍ଟ ଥିଲା। ଯେଉଁଭଳି ଭାବେ ସୀମା ବିନା ଡରି ସମସ୍ତ ପ୍ରଶ୍ନର ଉତ୍ତର ତତକ୍ଷଣାତ୍‌ ଦେଉଥିଲେ, ସେଥିରେ ଏଟିଏସ୍ ବି ସନ୍ଦେହ ସୃଷ୍ଟି ହୋଇଥିଲା। ଏବେ ଏସଟିଏସ୍‌ ଏହି କଥାକୁ ନେଇ ଯାଞ୍ଚ କରୁଛି ଯେ, ସୀମାଙ୍କୁ କେହି ପଛରୁ ସମର୍ଥନ ଦେଉନାହିଁ ତ। ଜେରା ସମୟରେ ସୀମାଙ୍କୁ ତାଙ୍କ ବାପଘର ଓ ଶଶୁରଘର ପରିବାରରେ କିଏ କିଏ ସଦସ୍ୟ ଅଛନ୍ତି ସେ ସବୁ କଥା ପଚରା ଯାଇଛି।