‘ବେଣ୍ଡିଟ୍ କୁଇନ୍’ର ନ୍ୟୁଡ୍ ସିନ୍ ପରେ ସାରା ରାତି କାନ୍ଦିଥିଲେ ସୀମା ବିଶ୍ୱାସ

‘ବେଣ୍ଡିଟ୍ କୁଇନ୍’ର ନ୍ୟୁଡ୍ ସିନ୍ ପରେ ସାରା ରାତି କାନ୍ଦିଥିଲେ ସୀମା ବିଶ୍ୱାସ

ବଲିଉଡର ବର୍ଷିୟାନ୍ ଅଭିନେତ୍ରୀ ସୀମା ବିଶ୍ୱାସ । ନିଜର ଫିଲ୍ମ କ୍ୟାରିୟରରେ ସେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି । କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ ଫିଲ୍ମ ‘ବେଣ୍ଡିଟ୍ କୁଇନ୍’ର ଦମଦାର ଅଭିନୟ ହିଁ ଦେଇଥିଲା । ତେବେ ନ୍ୟୁଡ୍ ସିନ୍ ପାଇଁ କେବଳ ଫିଲ୍ମଟି ବିବାଦରେ ନଥିଲା ବରଂ ସୀମାଙ୍କୁ ମଧ୍ୟ ବହୁତ ସମାଲୋଚିତ ହେବାକୁ ପଡିଥିଲା । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫିଲ୍ମର ଏକ ନ୍ୟୁଡ୍ ସିନ୍ ପାଇଁ ସେ ସାରା ରାତି କାନ୍ଦିଥିଲେ । ଆଉ ଏକଥା ସୀମା ନିଜେ କହିଛନ୍ତି ।

ସୀମାଙ୍କ କହିବା ଅନୁଯାୟୀ ଅଧିକାଂଶ ଲୋକ ଏହି ସିନ୍ ପାଇଁ ତାଙ୍କ ଘୃଣା ନଜରରେ ଦେଖୁଥିଲେ । ଯେତେବେଳେ କି ଏହି ନ୍ୟୁଡ୍ ସିନ୍ ସେ ନିଜେ ନୁହେଁ ବରଂ ଅନ୍ୟ ଜଣେ ଆର୍ଟିଷ୍ଟ୍ କରିଥିଲେ । ତେବେ ଏହି ସିନକୁ ଫିଲ୍ମରୁ ହଟାଇବା ପାଇଁ ସୀମା ନିର୍ଦେଶକଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ ହୋଇଥିବାକୁ ନିର୍ଦେଶକ ସିନକୁ ହଟାଇବାକୁ ମନା କରିଥିଲେ । ଏପରିକି ଏହି ସିନକୁ ନିଜେ ଫୁଲନ୍ ଦେବୀ ମଧ୍ୟ ବିରୋଧ କରିଥିଲେ । ତେବେ ସିନ୍ ସରିବା ପରେ ସୁଟିଂ ସେଟର ପୁରା ୟୁନିଟ୍ ସାରା ରାତି କାନ୍ଦିଥିଲେ । ସେହି ନ୍ୟୁଡ୍ ସିନ୍ ପାଇଁ ଫିଲ୍ମଟି ଅନେକ ପୁରସ୍କାର ମଧ୍ୟ ପାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe