ଆସନ୍ତା କାଲିଠୁ ହୋଇପାରେ ସକାଳୁଆ ସ୍କୁଲ । ସ୍ଥିତି ଦେଖି ଜିଲ୍ଲାପାଳ ନେଇପାରିବେ ଛୁଟି ନିଷ୍ପତ୍ତି । ଗଣଶିକ୍ଷା ବିଭାଗ ବୈଠକରେ ନିଷ୍ପତ୍ତି ।

1,281

କନକ ବ୍ୟୁରୋ: ଆସନ୍ତାକାଲିଠୁ ରାଜ୍ୟରେ ହୋଇପାରେ ସକାଳୁଆ ସ୍କୁଲ । ଅସହ୍ୟ ଖରା ଓ ଗୁଳୁଗୁଳି ପାଇଁ ସକାଳୁଆ ସ୍କୁଲ ହେବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ସ୍ଥିତି ଦେଖି ତିନି ଦିନ ଜିଲ୍ଲାପାଳ ଛୁଟି ନିଷ୍ପତ୍ତିି ନେଇପାରିବେ । ଗଣଶିକ୍ଷା ବିଭାଗର ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ହେଲେ ଏବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକୁ ଅପେକ୍ଷା ରହିଛି । ଆସନ୍ତାକାଲିଠୁ ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ପୂର୍ବରୁ ନିଷ୍ପତ୍ତିି ହୋଇଥିଲା । ହେଲେ ରାଜ୍ୟରେ ଅସହ୍ୟ ଖରା ଓ ଗୁଳୁଗୁଳି ପାଇଁ ଛୁଟି ବଢାଇବା ପାଇଁ ଦାବି ହେଉଥିଲା । ଏହାରି ଭିତରେ ମୁଖ୍ୟ ଶାସନ ସଚିବ କହିଛନ୍ତି ୨ଟାର ପାଣିପାଗ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଦେଖି ସ୍କୁଲ ଖୋଲା ସମ୍ପର୍କରେ ନିଷ୍ପତ୍ତିି ନିଆଯିବ ।