ଚାକିରି ଛାଡିଲେ, କୃଷକଙ୍କ ପାଇଁ ଭଲ ମଞ୍ଜି ପ୍ରସ୍ତୁତ କଲେ । ୪ ବର୍ଷ ମଧ୍ୟରେ ହେଲେ କୋଟିପତି

22

ଚାଷକୁ ନେଇ ଟଙ୍କା ଆୟ କରିବା ଏବଂ ନିଜର ଭବିଷ୍ୟତ ତିଆରି କରିବା ପାଇଁ ଅନେକ ଉପାୟ ରହିଛି । କିନ୍ତୁ ଲୋକମାନଙ୍କୁ ସେହି ଉପାୟ ବିଷୟରେ ଜାଣି ତା’ ଉପରେ କାର୍ୟ୍ୟ କରିବା ମଧ୍ୟ ଦରକାର । ଖୁବ୍ କମ ଲୋକ ଚାଷକୁ ନେଇ ନିଜର ଭବିଷ୍ୟତ ଗଢ଼ିଥାନ୍ତି ଏବଂ ଏହାକୁ ନେଇ ଭବିଷ୍ୟତ ଗଢ଼ିବା ସମ୍ଭବ ବୋଲି ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ପୁଣେରେ ରହୁଥିବା ଆଜିଙ୍କ୍ୟ ଅଶୋକରାବ ପିସଲ । ପ୍ରଥମେ ସେ ମାସିକ ୧୫,୦୦୦ ଟଙ୍କା ଦରମାରେ ଚାକିରି କରୁଥିବା ସମୟରେ କୃଷକମାନଙ୍କର ଫସଲକୁ ଭଲ କରିବା ପାଇଁ ଭଲ ମଞ୍ଜି ଦରକାର ବୋଲି ଉପଲବ୍ଧି କରିଥିଲେ। ଏହା ପରେ ସେ ଚାକିରି ଛାଡ଼ି ଭଲ ମଞ୍ଜି ପ୍ରସ୍ତୁତି ଆରମ୍ଭ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଏହି ବ୍ୟବସାୟ କରି ସେ ୪ ବର୍ଷ ମଧ୍ୟରେ ୧.୨୫ କୋଟି କମ୍ପାନିର ମାଲିକ ବନି ପାରିଛନ୍ତି । ଏବେ ସେ ପ୍ରତି ମାସରେ ୨ଲକ୍ଷରୁ ଅଧିକ ଟଙ୍କା ଆୟ କରୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଆଜିଙ୍କ୍ୟ ହର୍ଟିକଲ୍ଚରରେ ମାଷ୍ଟର୍ସ ଡିଗ୍ରି କରିବା ପରେ ସିଡ଼୍ ଟ୍ରେ (ମଞ୍ଜି) ତିଆରି କରୁଥିବା ଏକ କମ୍ପାନିରେ ଚାକିରି କରିବା ଆରମ୍ଭ କରିଥିଲେ । ସେଠେରେ ସିଡ଼୍ ଟ୍ରେର ତିଆରି, ତାହାର ବ୍ୟବହାର ଏବଂ ତାକୁ ପୁନଃବ୍ୟବହାର କିପରି କରାଯାଇ ପାରିବ ସେ ସବୁ ବିଷୟରେ ଶିଖିବା ପରେ ସେ ଚାକିରି ଛାଡ଼ି ଦେଇଥିଲେ । ଚାକିରି ଛାଡ଼ିବା ପରେ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ପ୍ରୋଗ୍ରାମ ଏଗ୍ରି କ୍ଲିନିକ୍ ଆଣ୍ଡ ଏଗ୍ରି ବିଜନେସ ସେଣ୍ଟର୍ସରେ ଦୁଇ ମାସ ଟ୍ରେନିଙ୍ଗ ନେଇଥିଲେ । ଟ୍ରେନିଙ୍ଗ ପରେ ସେ ନିଜର କମ୍ପାନି ଜେପି ନେଚର କେୟାର ଆରମ୍ଭ କରିଥିଲେ ।