ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଠାରୁ ସାବରମତୀ ରିଭର ମଧ୍ୟରେ ୨୭ ଡିସେମ୍ବରରୁ ଆରମ୍ଭ ହେବ ସି-ପ୍ଲେନ୍ ଯାତ୍ରା । ସ୍ପାଇସ୍ ଜେଟ୍ କହିଲା ଆସନ୍ତା କାଲି ଠାରୁ ବୁକିଂ

120

କନକ ବ୍ୟୁରେ : ସ୍ପାଇସ୍ ଜେଟ୍ ଷ୍ଟାୁଚ୍ୟ ଅଫ୍ ୟୁନିଟ୍ ଠାରୁ ସାବରମତୀର ରିଭର ଫ୍ରଣ୍ଟ ମଧ୍ୟରେ ଡିସେମ୍ବର ୨୭ ତାରିଖରୁ ଆରମ୍ଭ କରିବ ସି-ପ୍ଲେନ ସେବା । ଏନେଇ ବିମାନ କମ୍ପାନୀ ସ୍ପାଇସ୍ ଜେଟ୍ ପକ୍ଷରୁ କୁହାଯାଇଛି ଯେ ଗୁଜୁରାଟର ନର୍ମଦା ଜିଲ୍ଲାରେ ଥିବା କେବାଡିଆ ନିକଟ ଷ୍ଟାୁଚ୍ୟ ଅଫ୍ ୟୁନିଟ୍ ରୁ ଅହମଦାବାଦର ସାବରମତୀ ରିଭର ଫ୍ରଣ୍ଟ ମଧ୍ୟରେ ଚଳିତ ମାସ ୨୭ ତାରିଖ ଠାରୁ ସି-ପ୍ଲେନ ଉଡାଣ ଆରମ୍ଭ କରିବ । ଏନେଇ ଆସନ୍ତା କାଲି ଠାରୁ ଟିକେଟ ବୁକିଂ ଆରମ୍ଭ ହେବାକୁ ଯାଉଛି । କହିରଖୁ କି ଚଳିତ ବର୍ଷ ୩୧ ଅକ୍ଟୋବର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସି-ପ୍ଲେନ୍ ସେବାର ଉଦଘାଟନ କରିଥିଲେ । ହେଲେ ଏହି ସେବା ଆରମ୍ଭ ହେବାର କିଛି ଦିନ ମଧ୍ୟରେ କୌଣସି କାରଣରୁ ଏହାକୁ ବନ୍ଦ କରାଯାଇଥିଲା ।

ସ୍ପାଇସ୍ ଜେଟ ପକ୍ଷରୁ ଶୁକ୍ରବାର ଦିନ ଆହୁରି କୁହାଯାଇଛି କି ସ୍ପାଇସ୍ଜେଟ୍ ର ସମ୍ପୁର୍ଣ୍ଣ ମାଲିକାନା ଅଧିକାର ଥିବା କମ୍ପାନୀ ସ୍ପାଇସସଟ୍ଟଲ ଅହମ୍ମଦାବାଦରୁ ସାବରମତୀ ରିଭର ଫ୍ରଣ୍ଟ ଓ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ମଧ୍ୟରେ ସି-ପ୍ଲେନ୍ ସେବା ୨୭ ଡିସେମ୍ବର ଠାରୁ ପୁଣି ଚାଲୁ କରାଯିବ । ଏହି ମାର୍ଗରେ ପ୍ରତିଦିନ ୨ ଟି ସି-ପ୍ଲେନ ସେବା ଯୋଗାଇବ । ଏହି ସେବା ପାଇଁ ୨୦ ଡିସେମ୍ବର ଠାରୁ ଟିକେଟ୍ ବୁକିଂ ଆରମ୍ଭ କରାଯିବ । ଅହମ୍ମଦାବାଦ ଠାରେ ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ୨୭ ନଭେମ୍ବର ଠାରୁ ଏହି ସେବା ବନ୍ଦ ରହିଥିଲା ।

ସି-ପ୍ଲେନ ଏହି ୨ ଶହ କିଲୋମିଟର ରାସ୍ତା ଯିବା ପାଇଁ ପାଖା ପାଖି ୪୦ ମିନିଟ୍ ସମୟ ନେଉଛି । ସ୍ପାଇସ୍ଜେଟ୍ ପକ୍ଷରୁ ଏହି ୨ ଶହ କିଲୋମିଟର ଯାତ୍ରା ପାଇଁ ଟିକେଟର ମୂଲ୍ୟ ୧୫୦୦ ଟଙ୍କା ରଖାଯାଇଛି । ଏହି ସି- ପ୍ଲେନରେ ଏକ କାଳୀନ ୧୨ ଜଣ ଲୋକ ଯାଇ ପାରିବେ । ଏହି ପ୍ଲେନ ଯିବା ଆସିବା କରିବାକୁ ସ୍ପାଇସଜେଟ୍ ପକ୍ଷରୁ ୧୮ ଟି ରୁଟ୍ କୁ ସୁରକ୍ଷିତ ବୋଲି ଚିହ୍ନଟ କରାଯାଇଛି । ଟିକେଟ୍ ବୁକିଂ କରିବା ପାଇଁ ଜାରି ହୋଇଥିବା ୱେବସାଇଟ ହେଉଛି www.spiceshuttle.com । ସରକାର ଗୁଜୁରାଟ ପରେ ଗୁହାଟୀ, ଆଣ୍ଡାମାନ-ନିକୋବର ଓ ଦିଲ୍ଲୀର ଯମୁନା ନଦୀରେ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ସି-ପ୍ଲେନ ଚଳାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।