ଏଲୋପାଥି ମେଡିସିନକୁ ନେଇ ରାମଦେବଙ୍କ ବିବାଦୀୟ ବୟାନ । ଆଇଏମଏ କହିଲା ରାମଦେବଙ୍କ ଉପରେ ଲାଗୁହେଉ ରାଜଦ୍ରୋହ ମାମଲା ।

1,264

କନକ ବ୍ୟୁରୋ : ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛି କି କୋଭିଡ-୧୯ର ଉପଚାର ପାଇଁ ସରକାର ଜାରି କରିଥିବା ପ୍ରୋଟକଲ କୁ ଚ୍ୟାଲେଞ୍ଜ କରି ତଥା ଟିକାକରଣ ଉପରେ ଦୁଃପ୍ରଚାର ଅଭିଯାନ ଚଳାଇଥିବା ଯୋଗଗୁରୁ ବାବା ରାମଦେବଙ୍କ ଉପରେ ତୁରନ୍ତ ରାଜଦ୍ରୋହ ମାମଲା ରୁଜୁ କରାଯାଉ । ଏହାସହ ଆଧୁନିକ ଚିକିତ୍ସା ପଦ୍ଧତିରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରମୁଖ ସଂଗଠନ ଏଲୋପାଥି ଚିକିତ୍ସା ବିରୋଧରେ କୁତ୍ସିତ ମନ୍ତବ୍ୟ ଦେଇଥିବା ରାମଦେବଙ୍କ ନିକଟକ ମାନହାନୀ ନୋଟିସ ବି ପଠାଇଛି । ଆଇଏମଏ ତରଫରୁ ରାମଦେବଙ୍କୁ ଏଭଳି ମନ୍ତବ୍ୟ ପାଇଁ ୧୫ ଦିନ ମଧ୍ୟରେ କ୍ଷମା ମାଗିବାକୁ କୁହାଯାଇଛି । ସଂଘ ପକ୍ଷରୁ କୁହାଯାଇଛି କି, ଯଦି ବାବା ରାମଦେବ ଏଭଳି ନକରିନ୍ତି ତେବେ ତାଙ୍କ ଉପରେ ୧ ହଜାର କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯିବ ।

ଅନ୍ୟପଟେ ଆଇଏମଏ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଲେଖା ଯାଇଥିବା ଚିଠିରେ କୁହାଯାଇଛି କି , ‘ଏହା ସବୁଠାରୁ ବଡ କଥା, ଦେଶରେ ଦୁଇଟି ଖୋରାକ ଟିକା ନେଇଥିବା ଲୋକମାନଙ୍କ ମଧ୍ୟରୁ କେବଳ ୦.୦୬ ପ୍ରତିଶତ ଲୋକ କରୋନା ସଂକ୍ରମଣରେ ଶିକାର ହୋଇଛନ୍ତି ’

କହିରଖୁ କି, ରାମଦେବ ବାବାଙ୍କର ଏକ ଭିଡିଓ କିଛିଦିନ ତଳେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ କହିଥିଲେ କି ଏଲୋପାଥି ଚିକିତ୍ସା ଓ ମେଡିସିନ ଦ୍ୱାରା କରୋନା ସଂକ୍ରମିତ ଲୋକଙ୍କର ମୃତ୍ୟୁ ହେଉଛି । ଏହାକୁ ନେଇ ଆଇଏମଏ ତରଫରୁ ବିରୋଧ କରାଯାଇଥିଲା । ଗତ ରବିବାର ଦିନ ଏନେଇ ସଫେଇ ଦେବାକୁ ଯାଇ ରାମଦେବ କହିଥିଲେ କି କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହାର ହେଉଥିବା କିଛି ମେଡିସିନକୁ ନେଇ ସେ ଏଭଳି କହିଥିଲେ ।