୨୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ : ବୁଥ ରିଗିଂ ନେଇ ଅଭିଯୋଗ ପରେ ଜିଲ୍ଲାପାଳମାନଙ୍କଠାରୁ ପ୍ରସ୍ତାବ ମିଳିଥିବା କହିଲେ ନିର୍ବାଚନ କମିଶନଙ୍କ ସଚିବ

Advertisment
୨୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ : ବୁଥ ରିଗିଂ ନେଇ ଅଭିଯୋଗ ପରେ ଜିଲ୍ଲାପାଳମାନଙ୍କଠାରୁ ପ୍ରସ୍ତାବ ମିଳିଥିବା କହିଲେ ନିର୍ବାଚନ କମିଶନଙ୍କ ସଚିବ

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟରେ ହୋଇଥିବା ମତଦାନରେ ୪ ଜିଲ୍ଲାର ୨୫ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ବୁଥ୍ ରିଗିଂ ଅଭିଯୋଗ ଆସିବା ପରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେଇଛନ୍ତି ଜିଲ୍ଲାପାଳ । ରାଜ୍ୟ ନିର୍ବାଚନ କମିଶନ ପୁନଃ ନିର୍ବାଚନ ନେଇ ତର୍ଜମା କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ।

ତେବେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା ନେଇ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ସେପଟେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଥିବାରୁ ପୋଲିଂ କର୍ମଚାରୀ ନିଜ ନିଜ ସ୍ଥାନରେ ପହଂଚି ସାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥ୍ରେ ହେବ ନିର୍ବାଚନ । ସେଥିରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍ ରହିଛି ।

ଗତକାଲି ପୁରୀ ଜିଲ୍ଲାରେ ୫ଟି ସ୍ଥାନରେ ଗଣ୍ଡଗୋଳ ହୋଇ ମତଦାନ ବାଧାପ୍ରାପ୍ତ ହୋଇଛି । ଫଳରେ ଏହି ବୁଥ ମାନଙ୍କରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନଙ୍କୁ ଆବେଦନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । କଣାସ ବ୍ଲକ ବଡ଼ାଲ ପଂଚାୟତର ୫, ୭, ୮ ନମ୍ବର ବୁଥ, କୃଷ୍ଣ ପ୍ରସାଦ ଅଲଣ୍ଡ ପଂଚାୟତର ୮ ନମ୍ବର ବୁଥ, ବ୍ରହ୍ମଗିରି ଚାପମାଣିକ ଗାଁର ୯ନମ୍ବର ବୁଥରେ ହେବ ପୁନଃ ମତଦାନ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟକୁ ଏକ ପ୍ରସ୍ତାବ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe