ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ଟୁଇନ ସିଟିରେ ବଢିବ ସୁରକ୍ଷା ବ୍ୟବସ୍ଥା । ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ କରିପାରେ ନାକାବନ୍ଦୀ, କରାଯିବ ପାଟ୍ରୋଲିଂ ।

145

କନକ ବ୍ୟୁରୋ : ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ଟୁଇନ ସିଟିରେ ବଢିବ ସୁରକ୍ଷା ବ୍ୟବସ୍ଥା । ଡିସେମ୍ବର ୩୧ ତାରିଖ ଓ ଜାନୁଆର ୧ ତାରିଖରେ ଟୁଇନ ସିଟିରେ ପୁଲିସ ପହରା ମାରିବ । ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ କରିବ । ମୁଖତଃ ଟାର୍ଗେଟରେ ରହିବ ହୋଟେଲ ଓ ବାର । ଜିରୋ ନାଇଟ ସେଲିବ୍ରେସନ ପାଇଁ ହୋଟେଲ ଓ ବାର ଭିଡ ଜମୁଥିବାରୁ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଜାରି କରିଛି କମିସନରେଟ ପୁଲିସ ।

ପୂର୍ବରୁ ମଧ୍ୟ କମିଶନରେଟ ପୋଲିସ ଭୁବନେଶ୍ୱରରେ ଜିରୋନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛି । ଯଦି ଏହାକୁ କେହି ଉଲ୍ଲଘଂନ କରନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ କଟକଣାକୁ କଡାକଡି କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇଦିଆଯାଇପାରେ ।