ତାତିଲେ ଚାଷୀ : କଡା ସୁରକ୍ଷାରେ କର୍ନାଲ, ଜାରି ହେଲା ୧୪୪ ଧାରା, ଇଣ୍ଟରନେଟ୍ ସେବା ବନ୍ଦ

67

କନକ ବ୍ୟୁରୋ: ହରିଆଣା କର୍ନାଲରେ ତାତିଲେ ଚାଷୀ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ କର୍ନାଲ , ପାନିପଥ, କରୁକ୍ଷେତ୍ର, କୌଥଲ ଓ ଜିନ୍ଦ ଇଲାକାରେ ଇଣ୍ଟର ନେଟ୍ ସେବାକୁ ବନ୍ଦ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି । କଳିକନ୍ଦିରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୋମବାର ରାତି ୧୨ଟା ୩୦ରୁ ମଙ୍ଗଳବାର ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖାଯିବ ।


ସୂଚନା ମୁତାବକ, ମଙ୍ଗଳବାର ଚାଷୀମାନେ କର୍ନାଲରେ ଏକାଠି ହୋଇ ସଚିବାଳୟକୁ ଘେରାଉ କରିବାକୁ ଡାକରା ଦେଇଛନ୍ତି । ଚାଷୀମାନଙ୍କ ଉପରେ ଗତ ୨୮ ତାରିଖରେ ଏଡିଏମଙ୍କ ନିର୍ଦ୍ଦେଶରେ ହୋଇଥିବା ଲାଠି ମାଡର ପ୍ରତିବାଦରେ କିଷାନ ମୋର୍ଚ୍ଚା ଏହି ଡାକରା ଦେଇଛି । ହେଲେ କର୍ନାଲ ସଚିବାଳୟ ଘେରାଉ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି କର୍ନାଲ ଜିଲ୍ଲାପାଳ । ଚାଷୀମାନଙ୍କ ସହ ଆଲୋଚା ହୋଇଛି । ସେମାନଙ୍କର କୌଣସି ଦାବି ଯଥାର୍ଥ ନୁହେଁ । ପୂର୍ବରୁ ଚାଷୀମାନେ ଆଇନ ଉଲଂଘନ କରିଛନ୍ତି । ତେଣୁ ସେମାନଙ୍କୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲିି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।