ହିଜବୁଲ୍ ମୁଜାହିଦ୍ଦିନ୍ କମାଣ୍ଡର ଆତଙ୍କବାଦୀ ବୁରହାନ୍ ୱାନିର ଆଜି ଶ୍ରାଦ୍ଧବାର୍ଷିକୀ ! କଡା ସୁରକ୍ଷା ମଧ୍ୟରେ ରୋକାଗଲା ଅମରନାଥ ଯାତ୍ରା

122

ଜମ୍ମୁ-କାଶ୍ମୀରରେ ସୁରକ୍ଷାବଳଙ୍କ ଗୁଳିରେ ପ୍ରାଣ ହରାଇଥିବା ହିଜବୁଲ୍ ମୁଜାହିଦ୍ଦିନ୍ କମାଣ୍ଡର ଆତଙ୍କବାଦୀ ବୁରହାନ୍ ୱାନିର ମୃତ୍ୟୁକୁ ଆଜି ୩ ବର୍ଷ ପୁରଣ ହୋଇଛି । ଏହି ଆତତାୟୀର ଶ୍ରାଦ୍ଧବାର୍ଷିକୀକୁ ନଜରରେ ରଖି ସୋମବାର ଘାଟିକୁ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି । ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି । ବୁରହାନ୍ ୱାନିର ମୃତ୍ୟୁ ପରେ ଘାଟିରେ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହାପରେ ସୁରକ୍ଷାବଳ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଅନେକ ଦିନ ପର୍ଯ୍ୟନ୍ତ ସଂଘର୍ଷ ଚାଲିଥିଲା ଯେଉଁଥିରେ ୮୫ ଜଣ ଲୋକ ମୃତ୍ୟୁବରଣ କରିଥିଲେ ।

ଅଧିକାରୀଙ୍କ କହିବାନୁସାର ଦକ୍ଷିଣ କାଶ୍ମୀରର ୪ ଜିଲ୍ଲା ଅନନ୍ତନାଗ,କୁଲଗାମ୍ ,ପୁଲୱାମା ଏବଂ ସୋପିୟାଁରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ବୁରହାନ୍ ୱାନିର ଶ୍ରାଦ୍ଧବାର୍ଷିକୀକୁ ନଜରରେ ରଖି ଗୋଟିଏ ଦିନ ପାଇଁ ଅମରନାଥ ଯାତ୍ରାକୁ ମଧ୍ୟ ବନ୍ଦ କରାଯାଇଛି । ରାମବଣ୍ ,ଉଧମପୁର ଏବଂ ଜମ୍ମୁ ଭଳି ସ୍ଥାନରେ ଯାତ୍ରୀଙ୍କୁ ରଖାଯାଇଛି ।