କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପରିକ୍ରମା ପ୍ରକଳ୍ପକୁ ଭବ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଉଛି । ଆସନ୍ତା ୧୪ ତାରିଖରୁ ପରିକ୍ରମା ପ୍ରକଳ୍ପର ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱ ପୁଲିସକୁ ହସ୍ତାନ୍ତର ହେବ । ପୂରା ସହରକୁ ବ୍ଲାକେଟ୍ ସିକ୍ୟୁରିଟିରେ ରଖାଯିବ । ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ସିସିଟିଭି ବଳୟରେ ରହିବ ପୂରା ସହର । ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ବଡ଼ କଥା ହେଉଛି ପୂରା ସହରକୁ ନଜର ରଖିବ ୪ହଜାର ସିସିଟିଭି । ସିସିଟିଭି ୮୦ଟି ସ୍ଥାନରେ ଲାଗିବା ନେଇ ସ୍ଥାନ ମଧ୍ୟ ନିରୂପଣ କରାଯାଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଶେଷ । ପୁରୀରେ ଭକ୍ତଙ୍କ ପାଇଁ ସୁରକ୍ଷା କଡାକଡି । ପୁରା ସହରକୁ ଜଗିବ ୪ହଜାର ସିସିଟିଭି ।
/kanak/media/post_attachments/wp-content/uploads/2024/01/cctv.jpg)