କନକ ବ୍ୟୁରୋ: କୁମ୍ବିଂ ଅପରେସନ୍ ବେଳେ ବିପୁଳ ପରିମାଣର ବୋମା ଓ ବିସ୍ଫୋରକ ସାମଗ୍ରୀ ଜବତ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ ପରେ ସୁରକ୍ଷା ବହିନୀକୁ ମିଳିଛି ଏହି ସଫଳତା । ସୂଚନା ଅନୁସାରେ, ଗୁରୁବାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଅଞ୍ଚଳର ନଳୀକୁପା ଗାଁ ପାଖ ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ମାଓବାଦୀ-ଏସଓଜି ଯବାନ ଗୁଳି ବିନିମୟ ହୋଇଥିଲା । ଶୁକ୍ରବାର ବୌଦ୍ଧ ଓ କନ୍ଧମାଳ ଉଭୟପଟୁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଆଉ ଏସଓଜି ଯବାନ ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ସେମାନଙ୍କ ବ୍ୟବହୃତ ମାଓ ସାମଗ୍ରୀ ଜବତ କରିଛନ୍ତି । ଏହାସହ ଲ୍ୟାଣ୍ଡମାଇନ, ବୋମା, ତାର, ବ୍ୟାଟେରୀ ସହ ବ୍ୟବହୃତ ଅନେକ ସାମଗ୍ରୀ ପୋଲିସ ହାତରେ ଲାଗିଛି । ତେବେ ଗୁଳି ବିନିମୟରେ ଉଭୟ ପକ୍ଷରୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସପି ରାଜ୍ ପ୍ରସାଦ ।
ମାଟିରେ ମିଶିଲା ମାଓ କ୍ୟାମ୍ପ । ବୌଦ୍ଧ ମନମୁଣ୍ଡା ଜଙ୍ଗଲରେ ନକ୍ସଲ-ଏସଓଜି ମୁହାଁମୁହିଁ । ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ ।
/kanak/media/post_attachments/wp-content/uploads/2023/12/3-31.jpg)