ପୁଲୱାମାରେ ସୁରକ୍ଷାବଳର ଅପରେସନ୍ । ମୋଷ୍ଟୱାଣ୍ଟେଡ୍ ଲସ୍କର ଆତଙ୍କୀକୁ ଘେରିଲା ସେନା, ୧ ଆତଙ୍କୀ ନିହତ

107

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳି ବିନିମୟ ।ଏହି ଏନକାଉଣ୍ଟର ପୁଲୱାମା ପଂପୋରରେ ଚାଲିଛି । ସୂଚନା ମୁତାବକ, ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା ଟପ୍ ୧୦ ଆତଙ୍କବାଦୀ ଏବଂ ଲସ୍କର –ଏ- ତୋୟବାର କମାଣ୍ଡର ଉମର ମୁସ୍କାତ ଖାଣ୍ଡେକୁ ସେନା ଘେରିଛି । ମୁସ୍କାତ କାଶ୍ମୀରର ଭଗତ ଇଲାକାରେ ୨ ପୋଲିସ କର୍ମୀଙ୍କୁ ଦୟନୀୟ ଭାବେ ହତ୍ୟା କରିବା ସହ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛି ।ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ମଧ୍ୟ ସୂଚନା ରହିଛି । ତେବେ ଦୁଇ ଦିନ ପୂର୍ବରୁ ଏହି ଇଲାକାରେ ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ସହିଦ ହୋଇଥିଲେ । ସେବେଠେୁ ଏଡି ଇଲାକାକୁ ଘେରାବନ୍ଦୀ କରି ସେନା ଅପରେସନ୍ ଜାରି ରଖିଛି ।

ଚଳିତ ବର୍ଷ ଫେବୃଆରୀ ମାସରେ ମୁସ୍ତାକ ପୋଲସ କର୍ମୀଙ୍କୁ ଟାର୍ଗେଟ କରିଥିଲା । ଭଗତ ଅଂଚଳରେ ପୋଲିସ ପାର୍ଟି ଉପରେ ଆଖିବୁଜା ଗୁଳି ଚଳାଇଥିଲା । ଏଥିରେ ୨ ପୋଲିସ କର୍ମୀ ସହିଦ ହୋଇଥିଲେ । ଏହି ଦୁଇ ଯବାନ ଜମ୍ମୁ-କାଶ୍ମୀରର ଥିଲେ । ପୋଲିସ ଉପରେ ଏହି ଆତଙ୍କବାଦୀ ଆକ୍ରମଣ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ।