ପଞ୍ଚୁକ ପାଇଁ ପୁରୀରେ ବଢିଲା ସୁରକ୍ଷା ବ୍ୟବସ୍ଥା: ଭକ୍ତଙ୍କ ଭିଡକୁ ନଜର ରଖିବା ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ହେବେ ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ 

115

କନକ ବ୍ୟୁରୋ: କାଲିଠୁ ଆରମ୍ଭ ହେବ କାର୍ତିକ ମାସର ପଞ୍ଚୁକ । ପୁରୀରେ ପଂଚୁକ ପାଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଉଛି । ପଂଚୁକରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ମରିଚିକୋଟ୍ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା ସମ୍ପ୍ରସାରିତ ହୋଇଛି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦ ପ୍ଲାଟୁନ୍ ଫୋର୍ସ ମୃତୟନ ହେବେ । ୩ ଅତିରିକ୍ତ ଏସପି, ୧୦ ଡ଼ିଏସପି, ୩୦ ଇନସ୍ପେକ୍ଟର ନିୟୋଜିତ ହେବେ ।